୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଲେଖିଲେ ଭୋଟର : ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୦% ମତଦାନ, ବଡ଼ମ୍ବା ଓ ଦେବଗଡ଼ର ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ସୁପାରିସ

୨୫ ତାରିଖରେ ୯ଟି ବୁଥରେ ହେବ ସାନି ଭୋଟଗ୍ରହଣ, କାଁ ଭାଁ ଗଣ୍ଡଗୋଳ, ଇଭିଏମରେ ତ୍ରୁଟି, ମତଦାନ ବିଳମ୍ବ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୬ ଜଣ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ପିସିସି ସଭାପତି, ପୂର୍ବତନ ପ୍ରଶାସକ ଅର୍ଥାତ୍ ଆଇଏଏସ୍, ଆଇପିଏସ୍, ଯନ୍ତ୍ରୀ, ଚଳଚ୍ଚିତ୍ର ତାରକା ଏମିତି ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ େହାଇଯାଇଛି। ୬ଟି େଲାକସଭା ଓ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀର େଭାଟର େଯଉଁ ମତ ଦେଇଛନ୍ତି, ତାହାର ଫଳାଫଳ େମ’ ୨୩ ତାରିଖରେ ନିର୍ଣ୍ଣୟ େହବ। ଏଥିସହିତ କାଁ ଭାଁ ଗଣ୍ଡଗୋଳ, ଇଭିଏମ ତ୍ରୁଟି େଯାଗୁଁ ମତଦାନରେ ବିଳମ୍ବ ଆଦିକୁ ବାଦ ଦେଲେ ଆଜି ସକାଳ ୭ଟାରୁ ଆରମ୍ଭ େହାଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ େଶଷ େହାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୦% ମତାଦାତା ନିର୍ବାଚନ ପ୍ରକ୍ରିୟାରେ ସାମିଲ େହାଇ ପ୍ରତିନିଧି ବାଛିଥିଲେ।

ଅନ୍ୟପକ୍ଷରେ ଢେଙ୍କାନାଳର କାମାକ୍ଷାନଗରରେ ଅସୁସ୍ଥତା କାରଣରୁ ଜଣେ ପୋଲିଂ ଅଧିକାରୀ ନବଘନ ନାୟକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଃଖ ପ୍ରକାଶ କରିବା ସହିତ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଣୀତ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଏହି ପର୍ଯ୍ୟାୟରେ କଟକ ଲୋକସଭା ଅନ୍ତର୍ଗତ ବଡ଼ମ୍ବା ବିଧାନସଭା ଓ ସମ୍ବଲପୁର ଲୋକସଭା ଅଧୀନରେ ଥିବା ଦେବଗଡ଼ ବିଧାନସଭାର ଗୋଟିଏ ଲେଖାଏଁ ବୁଥରେ ତ୍ରୁଟିପୂର୍ଣ୍ଣ ଭିଭିପାଟ ସଂଯୋଗ ଯୋଗୁଁ ସାନି ମତଦାନ ପାଇଁ ସୁପାରିସ କରାଯାଇଛି। ଏହାସହିତ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ସ୍ଥଗିତ ହୋଇଥିବା ୯ଟି ବୁଥରେ ଆସନ୍ତା ୨୫ ତାରିଖରେ ମତଦାନ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ବର ଓ କଟକ ଲୋକସଭା ସମେତ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ତୃତୀୟ ପର୍ଯ୍ୟାୟ ମତଦାନ ଆଜି ସମ୍ପନ୍ନ ହୋଇଛି। କଟକ ଲୋକସଭା ଆସନ ଅନ୍ତର୍ଗତ ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୧୯୬ରେ ଭୋଟଗ୍ରହଣ ଆରମ୍ଭ ହେବା ମାତ୍ରେ ଭିଭିପାଟ ମେସିନରେ ତ୍ରୁଟି ଦେଖାଦେବାରୁ ନୂଆ ମେସିନ ବଦଳାଯାଇଥିଲା। ନୂଆ ମେସିନ ବଦଳାଇବା ପୂର୍ବରୁ ପୁରୁଣା ଭିଭିପାଟରେ ୧୩୪ ଖଣ୍ଡ ଭୋଟ ପଡ଼ିଥିଲା। ସମ୍ବଲପୁର ଲୋକସଭା ଅଧୀନସ୍ଥ ଦେବଗଡ଼ ବିଧାନସଭାର ପୋଲିଂ ବୁଥ ନମ୍ବର ୧୮୩ରେ ତ୍ରୁଟିପୂର୍ଣ୍ଣ ଭିଭିପାଟ ସଂଯୋଗ ଯୋଗୁଁ ସମାନ ପରିସ୍ଥିତି ଦେଖାଦେବାରୁ ଉଭୟ ବୁଥରେ ମତଦାନକୁ ସ୍ଥଗିତ କରାଯାଇଥିଲା। ଏପରି ମନୁଷ୍ୟକୃତ ତ୍ରୁଟି ପାଇଁ ସମ୍ପୃକ୍ତ ପୋଲିଂ ଅଧିକାରୀ ଓ ସେକ୍ଟର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି। ଏହି ଦୁଇ ବୁଥରେ ସାନି ମତଦାନ ପାଇଁ ମଧ୍ୟ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି।

ଦ୍ବିତୀୟ ପର୍ଯ୍ୟାୟରେ ତ୍ରୁଟିପୂର୍ଣ୍ଣ ଭିଭିପାଟ ସଂଯୋଗ, ଇଭିଏମ କଣ୍ଟ୍ରୋଲ ୟୁନିଟ ଭାଙ୍ଗିବା ଘଟଣାରେ ପୂର୍ବରୁ ସୁପାରିସ କରାଯାଇଥିବା ୯ଟି ବୂୁଥରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ପାଇଁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି।

‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମଗିରି ଅନ୍ତର୍ଗତ ଗିରଳ ନିକଟରେ ଜଣେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଜେଡି କର୍ମୀ ରାଜେନ୍ଦ୍ର ବେ‌ହେରା ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବିଜେପି ସମର୍ଥିତ କିଛି କର୍ମୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଅଭିେଯାଗ େହାଇଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ବରର ଏକ ଘ‌ରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମାଲୁଦରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ମତଦାନ ବିଳମ୍ବ ‌ହୋଇଥିଲା। ବଳଭଦ୍ରପାଟଣାରେ ଉଭୟ ‌ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର ମାଡ଼ ହୋଇଥିଲା। କମାଶାସନରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା।

ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସୁଆଁପଦା ଗ୍ରାମର ୨୭୬ନମ୍ବର ବୁଥ୍‌ରେ ଆଜି ମତଦାନ ବେଳେ ବିଜେଡି ଏଜେଣ୍ଟଙ୍କ କାର୍ଯ୍ୟକଳାପକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପୋଲିଂ ଅଧିକାରୀଙ୍କ ନିର୍ଦେଶକ୍ରମେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମଚାରୀମାନେ ସଂପୃକ୍ତ ଏଜେଣ୍ଟଙ୍କୁ ବାହାର କରି ଦେଇଥିଲେ। ଏହାକୁ କେନ୍ଦ୍ରକରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ବିଜେଡି ସମର୍ଥକମାନେ ଭୋଟ ବର୍ଜନ କରିବାକୁ ଧମକ ଦେଇ ବୁଥ୍ ଆଗରେ ଧାରଣା ଦେଇଥିଲେ।

କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ଜମନକିରା ବ୍ଲକ୍‌ର ୩ଟି ବୁଥ୍‌ରେ ଭୋଟ୍ ବର୍ଜନ ହୋଇଛି। ଡିମ୍ବିରିମୁଣ୍ଡା ପଞ୍ଚାୟତର ଲେପେଇକାନି (ବୁଥ ନଂ ୧୮୭), ବାମଣ୍ଡାଗଡ (ବୁଥ୍ ନଂ ୧୮୮), କରଙ୍ଗାମାଲ (ବୁଥ୍ ନଂ ୧୯୧)ରେ ଲମ୍ବୋଦର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଭୋଟ ବର୍ଜନ କରାଯାଇଛି। କୁଚିଣ୍ଡା ସହ, ବାଉରିଗୋଡା ତେଲିପଡା, କୁସୁମୀ ଜମନକିରା ବୁଥରେ ଇଭିଏମ ମେସିନ ଖରାପ ହେବା ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନୁଗୁଳର ପାଳଲହଡା, ଆଠମଲ୍ଲିକ ଓ ଛେଣ୍ଡିପଦାରେ ଇଭିଏମ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟା ବିଳମ୍ବିତ େହାଇଥିଲା।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ୭ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଦ୍ରି ନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ମହେଶ୍ବର ମହାନ୍ତି, ଅେଶାକ ଚନ୍ଦ୍ର ପଣ୍ଡାଙ୍କର ରାଜନୈତିକ ଭାଗ୍ୟ ଲେଖିଛନ୍ତି େଭାଟର। ଏମାନଙ୍କ ବ୍ୟତୀତ ପୂର୍ବତନ ମେୟର ଅନନ୍ତ ନାରାୟଣ େଜନା, ପୂର୍ବତନ ପ୍ରଶାସକ ଅପରାଜିତା ଷଡଙ୍ଗୀ, ପ୍ରକାଶ ମିଶ୍ର, ଅରୂପ ପଟ୍ଟନାୟକ, ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଦୀପ ମହାରଥୀ ପ୍ରମୁଖ ବହୁ ହେଭିେଵଟ୍ ନେତା ଲଢୁଥିବା ଆସନରେ ବି ଆଜି େଭାଟ ଗ୍ରହଣ କର‌ାଯାଇଥିଲା।

ସମ୍ବନ୍ଧିତ ଖବର