ଭୁବନେଶ୍ବର: ଚଳିତମାସ ୧୨ତାରିଖରୁ ରାଜ୍ୟରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହେବ। ଏହି ଯାତ୍ରା ସମୟରେ ୭୦ବର୍ଷ ବୟସ୍କ ଆୟୁଷ୍ମାନ ବୟୋ ବନ୍ଦନା(ଏବିଭିୱାଇ) ପାଇଁ ନିଜର ପଞ୍ଜୀକରଣ କରିପାରିବେ। ତେଣୁ କିଭଳି ସହଜରେ ବୟସ୍କ ବ୍ୟକ୍ତିମାନଙ୍କ ପଞ୍ଜୀକରଣ ହୋଇପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ସିଡିଏମ୍‌ଓଙ୍କୁ ପତ୍ର ଜାରି ହୋଇଛି। ପତ୍ରରେ କୁହାଯାଇଛି ଯେ ବୟସ୍କ ବ୍ୟକ୍ତିମାନଙ୍କୁ ଏ ସଂପର୍କରେ ସୂଚନା ଦେବା ପାଇଁ ଗ୍ରାମ ପଞ୍ଚାୟତ, ମ୍ୟୁନିସିପାଲଟି-ଏନ୍‌ଏସି ସ୍ତରରେ ଆବଶ୍ୟକ ପ୍ଲାନିଂ କରାଯିବା ଆବଶ୍ୟକ। ଫଳରେ ବରିଷ୍ଠ ନାଗରିକମାନେ ବିକାଶ ବାହନ ନିକଟରେ ପହଞ୍ଚି ନିଜର ପଞ୍ଜୀକରଣ କରିପାରିବେ। ଉଲ୍ଲେଖ ଯେ ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ରାଜ୍ୟରେ ୨୩ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ରହିଛନ୍ତି। ସେମାନଙ୍କ ପରିବାର ପିଛା ୫ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ।