ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୭୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କରୋନା | ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳରେ ୧୭ ଜଣ, ବାଲେଶ୍ୱରରେ ୦୬ ଜଣ, ବରଗଡ଼ରେ ୪୮ ଜଣ, ଭଦ୍ରକରେ ୧୦ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୪୬ ଜଣ, ବୌଦ୍ଧରେ ୨ ଜଣ, ଢେଙ୍କାନାଳରେ ୩ ଜଣ ଓ ଜଗତସିଂହପୁରରେ ୯ ଜଣ ଚିହ୍ନଟ ହୋଇଛନ୍ତି |


ସେହିପରି ଦେବଗଡରେ ଜଣେ, ଗଞ୍ଜାମରେ ୦୯ ଜଣ, ଯାଜପୁରରେ ୧୬ ଜଣ, ଝାରସୁଗୁଡାରେ ୩୧ ଜଣ, କଳାହାଣ୍ଡିରେ ୩୮ ଜଣ, କନ୍ଧମାଳରେ ୪ ଜଣ, କେନ୍ଦ୍ରାପଡାରେ ୧ ଜଣ, କେଉଁଝରରେ ୩୯ଜଣ, କୋରାପୁଟରେ ୯ ଜଣ, ମୟୁରଭଞ୍ଜରେ ୨୪ ଜଣ, ନବରଙ୍ଗପୁରରେ ୨୩ ଜଣ, ନୟାଗଡରେ ୭ ଜଣ, ନୂଆପଡାରେ ୩୧ ଜଣ, ପୁରୀରେ ୪୩ ଜଣ, ରାୟଗଡାରେ ୧୪ ଜଣ, ସମ୍ବଲପୁରରେ ୪୫ ଜଣ, ସୋନପୁରରେ ୭ ଜଣ, ଷ୍ଟେଟ ପୁଲରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨୬୬ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୪୨୫୫ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର