ପଦ୍ମପୁର: ପଦ୍ମପୁର ବ୍ଲକ୍ କୁଡ଼ାସିଙ୍କା ଛକରେ ଦିନ ଦ୍ୱିପ୍ରହରେ ଭାରତ ଫାଇନାନ୍ସର ଦୁଇ ଜଣ କର୍ମଚାରୀଙ୍କଠାରୁ ୭୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପଦମପୁର ଥାନାରେ ସଂସ୍ଥାର କର୍ମଚାରୀ ବାସୁଦେବ ସାହୁ କରିଥିବା ଅଭିଯୋଗ ଅନୁସାରେ ସେ ଅନ୍ୟ ଜଣେ ସହକର୍ମୀଙ୍କ ସହ ଟଙ୍କା ଆଦାୟ କରି କୁଡ଼ାସିଙ୍କାରୁ ଗଡ଼ଭାଟି ଆଡ଼କୁ ଯାଉଥିଲେ।
ଏହି ସମୟରେ ୩ ଜଣ ଯୁବକ ଏକ ବାଇକ୍ରେ ଆସି ସେମାନଙ୍କୁ ଅକ୍ରମଣ କରିବା ସହ ନଗଦ ୭୦ ହଜାର ଟଙ୍କା ଧରି ଫେରାର୍ ମାରିଥିଲେ। ପଦ୍ମପୁର ଅଞ୍ଚଳରେ କ୍ରମାଗତ ଭାବେ ରାହାଜାନି ମାମଲା ବଢ଼ି ଚାଲିଥିବାରୁ ପୁଲିସ୍ ଏହାକୁ ଗୁରୁତ୍ବର ସହ ନେଇ ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନର ଚଢ଼ଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/loot-1.jpg)