ଭୁଜାଲି ଦେଖାଇ ୭୦ ହଜାର ଟଙ୍କା ନେଇଗଲେ

ସମ୍ବଲପୁର: ସମ୍ବଲପୁରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଲୋକେ ଏବେ ଅଳଙ୍କାର କି ଟଙ୍କା ଧରି ବାହାରକୁ ବାହାରିବାକୁ ଭୟ କଲେଣି। ଏସବୁ ଭିତରେ ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣଙ୍କୁ ଭୁଜାଲି ଦେଖାଇ ୭୦ ହଜାର ଟଙ୍କା ଲୁଟ୍‌ କରାଯାଇଛି। ଏ ନେଇ ଦେବରାଜ ବନ୍ଦାକି ଶୁକ୍ରବାର ଶାସନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳର ଦେବରାଜ ବନ୍ଦାକି(୪୨) ଗୁରୁବାର ଦିନ ବ୍ରଜରାଜନଗରରୁ  ରେଣୁକା ଡିଟ୍ରିବ୍ୟୁଟର୍‌ ପାଇଁ ୭୦ ହଜାର ଟଙ୍କା କଲେକ୍‌ସନ୍‌ କରି ବାଇକ୍‌ରେ ସମ୍ବଲପୁରକୁ ଫେରୁଥିଲେ। ଭାଲୁବାହାଲ ଟୁଲ୍‌ଗେଟ୍‌ ନିକଟରେ ୨ ଜଣ ଅଜଣା ବ୍ୟକ୍ତି ଗୋଟିଏ ବାଇକ୍‌ରେ ତାଙ୍କ ପାଖକୁ ଆସିଥିଲେ। ଦେବରାଜଙ୍କୁ ଭୁଜାଲି ଦେଖାଇ ବ୍ୟାଗ୍‌ ସହ ୭୦ ହଜାର ଟଙ୍କା ଲୁଟ୍‌କରି ଫେରାର୍‌ ହୋଇଯାଇଥିଲେ। ଏ ନେଇ ଦେବରାଜ ବନ୍ଦାକି ଶୁକ୍ରବାର ଶାସନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର