ରାଜ୍ୟରେ କରୋନାର ଲମ୍ବଡିଆଁ: ୭୦୭୧ କରୋନା ପଜିଟିଭ୍ ଚିହ୍ନଟ, ୭୦୭ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨୬

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୯୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୦୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୯୮ ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୫୪ ଜଣ, ବଲାଙ୍ଗୀରରୁ ୧୯୦ ଜଣ, ବୌଦ୍ଧରୁ ୨୦ ଜଣ, କଟକରୁ ୫୦୫ ଜଣ, ଦେବଗଡ଼ରୁ ୧୮ ଜଣ, ଢେଙ୍କାନାଳରୁ ୫୫ ଜଣ, ଗଞ୍ଜାମରୁ ୧୧୧ଜଣ, ଗଜପତିରୁ ୪୫ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୧୩୦ ଜଣ, ଝାରସୁଗୁଡ଼ାରୁ ୧୪୩ ଜଣ, କଳାହାଣ୍ଡିରୁ ୭୩ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୬୫ ଜଣ, ଖୋର୍ଦ୍ଧାରୁ ୨୨୨୬ ଜଣ, କୋରାପୁଟରୁ ୧୦୭ ଜଣ, ମାଲକାନଗିରିରୁ ୬ ଜଣ, ମୟୂରଭଞ୍ଜରୁ ୨୦୧ ଜଣ, ନବରଙ୍ଗପୁରରୁ ୯୫ ଜଣ, ନୟାଗଡ଼ରୁ ୩୫ ଜଣ, ନୂଆପଡ଼ାରୁ ୨୬ ଜଣ, ପୁରୀରୁ ୧୫୬ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ରାୟଗଡ଼ାରୁ ୩୬ ଜଣ, ସମ୍ବଲପୁରୁ ୬୦୯ ଜଣ, ସୋନପୁରରୁ ୬୧ ଜଣ, ସୁନ୍ଦରଗଡ଼ରୁ ୧୧୪୭ ଜଣ ଓ ଷ୍ଟେଟ ପୁଲରୁ ୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୮୨ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୩୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୭ ହଜାର ୨୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି ୪୮୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ  ଜାନୁଆରି ୯ ତାରିଖରେ  ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଉଦବେଗଜନକ ଥିବା ଜଣାଯାଇଛି। କେବଳ ଜାନୁଆରି ମାସର ୧୧ ଦିନରେ ଚିହ୍ନଟ ହେଲେଣି ୨୭୯୩୬ସଂକ୍ରମିତ। ଗତକାଲି ତୁଳନାରେ ୨୨୪୨ ମାମଲା ବୃଦ୍ଧି ପାଇଛି। ଅପରପକ୍ଷରେ ଗତକାଲି ୬୯୦୧୮ ଟେଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର