ରାଜଧାନୀରୁ ଗତ ୨୪ ଘଣ୍ଟା ଭିତରେ ୭୦୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଗତ ୨୪ ଘଣ୍ଟା ଭିତରେ ୭୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି। ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି।
ବିଏମସିର ରିପୋର୍ଟ ମୁତାବକ, ଆଜି ଚନ୍ଦ୍ରଶେଖରପୁର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର, ଜାଗମରା ଆଦି ଅଂଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ଖଣ୍ଡଗିରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଥିବାବେଳେ ମୋଟ ପଜିଟିଭ୍ ସଂଖ୍ୟା ୪୦ ହଜାର ଟପିଛି । ତେବେ ଆଶ୍ୱସ୍ତିକର ବିଷୟ ହେଲା ରାଜଧାନୀର ଆଉ ୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର