ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୭୧.୬୧ ପ୍ରତିଶତ ମତଦାନ, କେନ୍ଦୁଝରରେ ସର୍ବାଧିକ ଓ ଭୁବନେଶ୍ବରରେ ସର୍ବନିମ୍ନ

ଭୁବନେଶ୍ବର : ଗତକାଲି ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇ ଯାଇଛି। ଏହି ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୭୧.୬୧ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ୫୯.୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସମ୍ବଲପୁରରେ ୭୬.୩୮ ପ୍ରତିଶତ, କେନ୍ଦୁଝରରେ ୭୮.୧୬ ପ୍ରତିଶତ, ଢେଙ୍କାନାଳରେ ୭୪.୯୮ ପ୍ରତିଶତ ଓ କଟକରେ ୬୯.୬୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏହି ପର୍ଯାୟରେ କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ମତଦାନ ହୋଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୋଟ ୭୩.୭୬% ମତଦାନ ହୋଇଥିଲା। ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଲୋକସଭା ଓ ବିଧାନସଭା ନର୍ବାଚନ ମଣ୍ଡଳୀରେ ସବୁଠୁ କମ୍ ମତଦାନ ହୋଇଥିଲା।  ନବରଙ୍ଗପୁରରେ ୭୮.୮୯% ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୫.୫୭% ଭୋଟର  ମତ ସାବ୍ୟସ୍ତ କରିଥଲେ।

୫ଟି ଲୋକସଭା ଓ ୩୫ ବିଧାନସଭା ପାଇଁ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୨.୫୬% ମତଦାନ ହୋଇଥଲା । ସେଥିରେ ୭୩.୭୫% ମହିଳା ଭୋଟ ଦାନ କରିଥିବା ବେଳେ ୭୧.୪୪% ପୁରୁଷ ଭୋଟର ସାମିଲ ଥିଲେ ।

odisha360.com

ପ୍ରଥମ ପର୍ଯ୍ୟାୟ ମତଦାନରେ ପୁରଷ ଭୋଟରମାନଙ୍କ ତୁଳନାରେ ମହିଳା ଭୋଟର ମତାଦାନ ୧.୩୪% ଅଧିକ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏହି ହାର ଉତ୍ସାହଜନକ ଭାବେ ୨.୩୧% ହୋଇଥଲା।  ବରଗଡ଼ରେ ସର୍ବାଧିକ ୭୭.୫୭% ମତଦାନ ହୋଇଥିବାବେଳେ ଆସିକାରେ ସବୁଠୁ କମ୍ ୬୬.୩୦% ମତଦାନ ହୋଇଥଲା । ବରଗଡ଼ରେ ୭୨.୪୨%, କନ୍ଧମାଳ ୭୨.୮୮% ଓ ସୁନ୍ଦରଗଡ଼ରେ ୭୧.୪୪% ମତଦାନ ରେକର୍ଡ଼ କରାଯାଇଥିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର