ବାରିପଦା : ଜିଲ୍ଲାରେ କରୋନା ସଂକ୍ରମଣରେ ନୂଆ ହଟ୍ସ୍ପଟ ସାଜିଛି ବାରିପଦା ପୌରପରିଷଦ। ଚଳିତ ମାସରେ ଏଠାରେ କରୋନା ବିସ୍ଫୋରକ ରୂପ ଧାରଣ କରିଛି। ଚଳିତ ମାସରେ ଆଜିସୁଦ୍ଧା ବାରିପଦାରେ ୮୦୫ରେ ପହଞ୍ଚିସାରିଲାଣି କରୋନା। ବଢ଼ୁଥିବା କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ରବିବାର, ସୋମବାର ଏବଂ ମଙ୍ଗଳବାର ୩ ଦିନିଆ ସଟ୍ଡାଉନ କରିବାକୁ ନିଷ୍ପତି ନିଆଯାଇଛି।
ଏହି ତିନିଦିନ ବାରିପଦା ପୌରପରିଷଦରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଛି। ଜନସାଧାରଣ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଏନେଇ ସହଯୋଗ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମାଇକ୍ ଯୋଗେ ସୂଚନା ଦିଆଯିବ। ପ୍ରଶାସନିକ ସ୍ତରରେ ମଧ୍ୟ ଏନେଇ ସୂଚନା ଦିଆଯିବ। ସେହିପରି ସନ୍ଧ୍ୟା ୭ଟାରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପୂର୍ବଭଳି ବନ୍ଦ ରହିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ବାରିପଦାରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିଷ୍ପତି ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/baripada-7.jpg)