ଫୁଲବାଣୀ : କନ୍ଧମାଳରୁ ବାଇକ, କାର ଓ ଟ୍ରକରେ ଗଂଜେଇ ଚାଲାଣ ହେଉଛି। ଆଜି ପ୍ରଥମ ଥର ପାଇଁ ତେଲ ଟାଙ୍କରରେ ଗଂଜେଇ ଚାଲାଣ ହେବା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। କଟ୍ରିଙ୍ଗିଆରୁ ଏକ ତେଲ ଟାଙ୍କର ଭାୟା ବିଶିପଡା ଦେଇ ବୌଦ୍ଧ ଜିଲ୍ଲା ପୁରୁଣାକଟକକୁ ଯାଉଥିଲା। ତେଲ ଟାଙ୍କରରେ ଗଂଜେଇ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ସଦର ଥାନାଧିକାରୀ ଆଦିତ୍ୟ କୁମାର ସେଠୀ ଏବଂ ଅନ୍ୟମାନେ ବିଶିପଡା ଛକରେ ତେଲ ଟାଙ୍କରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୭୨ କିଲୋ ଗଂଜେଇ ମିଳିଥିଲା। ଗଂଜେଇ ସହ ତେଲ ଟାଙ୍କରକୁ ଜବତ କରିବା ସହ ଡ୍ରାଇଭର ମୃତ୍ୟୁଞ୍ଜୟ ବାଘରକୁ ପୁଲିସ ଗିରଫ କରିଥିଲା। କେଶ ନଂ ୭୭/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କରୋନା କଟକଣା ପାଇଁ ପୁଲିସ ଧରପଗଡ ଜାରି ରଖିଥିବାରୁ ଗଂଜେଇ ମାଫିଆ ଭିନ୍ନ ଉପାୟରେ କାରବାର ଚଳାଇବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି।