ମୟୂରଭଞ୍ଜ ଜିଲ୍ଲାରୁ ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ସୂଚନା ନଦେବାକୁ ନେଇ ଦ୍ୱନ୍ଦ୍ୱ

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ୭୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ୧୧,୫୮୧ରେ ପହଁଞ୍ଚିଥିବା ବେଳେ ନଭେମ୍ବର ୨ ପର୍ଯ୍ୟନ୍ତ ଆରୋଗ୍ୟ ସଂଖ୍ୟା ୧୦, ୬୭୪ ଓ ନଭେମ୍ବର ୩ ସୁଦ୍ଧା ସକ୍ରିୟ ସଂଖ୍ୟା ୮୪୭ ଜଣ ସକ୍ରିୟ ଏବଂ ୬୦ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟରରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ବନ୍ଧରେ ଜାରି କରାଯାଉଥିବା ସୂଚନାରେ ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ୩ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବାର ଜଣାପଡ଼ିଛି ।

ସମ୍ବନ୍ଧିତ ଖବର