ରାଜ୍ୟରେ ୬୩% ଆଇସିୟୁରେ ରୋଗୀ ଭର୍ତି, ଗୃହ ପୃଥକବାସରେ ଅଛନ୍ତି ୪୧ହଜାରରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀ‌ରେ ଗୁରୁତର ‌ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ‌ହେଉଛି। ରାଜ୍ୟର ଏବେ ୬୩ ପ୍ରତିଶତ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତହିଁରୁ ୩୫ ପ୍ରତିଶତ କେବଳ ଭେଣ୍ଟିଲେଟରରେ ରହିଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଗତକାଲି ସୁଦ୍ଧା ରାଜ୍ୟରେ ୫୦,୭୨୪ ଚିକିତ୍ସାଧୀନ ରୋଗୀ ରହିଥିବା ବେଳେ ତହିଁରୁ ୪୧,୪୩୬ଜଣ ଗୃହ ପୃଥକବାସରେ ରହିଛନ୍ତି। ବଳକା ୧୮ ପ୍ରତିଶତ ବା ୯,୨୮୮ଜଣ ଘରୋଇ ପୃଥକବାସ ସୁବିଧା, କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲରେ ରହିଛନ୍ତି। ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ଏହା ହେଉଛି ୧୮ ପ୍ରତିଶତ। ଧୀରେ ଧୀରେ ରାଜ୍ୟର ଆଇସିୟୁ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ଜଳ ଜଳ ବାରି ହୋଇପଡ଼ୁଛି।

ରାଜ୍ୟରେ କୋଭିଡ ହସ୍ପିଟାଲ ଓ କୋଭିଡ ହୋମ୍‌ କେୟାରକୁ ମିଶାଇ ୮୪୬୩ ସାଧାରଣ ଶଯ୍ୟା ରହିଛି। ଏଥିରେ ୪୨ ପ୍ରତିଶତ ଅର୍ଥାତ ୩୫୮୮ଜଣ ‌ରୋଗୀ ରହିଛନ୍ତି। ସେହିପରି ଆଇସିୟୁ/ଏଚ୍‌ଡିୟୁ ପାଇଁ ୨୦୧୬ଶଯ୍ୟା ଥିବା ବେଳେ ୧୨୭୦ଜଣ ଚିକିତ୍ସିତ ହେଉଛନ୍ତି। ଗତ ୨୭ତାରିଖ ବେଳକୁ ୧୦୮୫ଜଣ ଏଥି‌ରେ ଚିକିତ୍ସିତ ହେଉଥିଲେ। ଗୋଟିଏ ଦିନରେ ୨୧୨ଜଣ ରୋଗୀଙ୍କୁ ଏହି ବ୍ୟବସ୍ଥାକୁ ପଠାଇବାକୁ ପଡ଼ିଛି। ଆଇସିୟୁରେ ଥିବା ୭୦୧ଟି ଭେଣ୍ଟିଲେଟରରୁ ୨୪୭ଜଣ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୧୩୨ କୋଭିଡ କେୟାର ସେଣ୍ଟର ବା ସିସିସିରେ ୧୯,୫୩୯ଶଯ୍ୟା ଥିବା ବେଳେ ଏଥିରେ ୩୦୬୩ଜଣ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍ ବା ଟିଏମ୍‌ସିରେ ଥିବା ୫୧,୧୫୦ ଶଯ୍ୟାରେ ୭୧୬ଜଣ, ସିସିଏଚ୍‌ରେ ଥିବା ୭୮୪୪ଶଯ୍ୟାରୁ ୩୦୫, ୬୦ଟି ଘ‌ରୋଇ ସଙ୍ଗରୋଧ ବ୍ୟବସ୍ଥାରେ ୧୪୩୬ ଶଯ୍ୟା ଥିବା ବେଳେ ଏଥିରେ ୩୪୬ଜଣ ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର