କେନ୍ଦ୍ରାପଡ଼ା/ଡେରାବିଶ/ମାର୍ଶାଘାଇ/ଗରଦପୁର : ଶେଷ ହୋଇଛି ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ। ଇଭିଏମ୍ରେ ସିଲ୍ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ୨୦୧୪ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ନିର୍ବାଚନରେ ୭୩.୧୯ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଛି। ଆସନ୍ତା ୨୪ ତାରିଖରେ ଭୋଟ୍ ଗଣତି ହେବ। ତେବେ ନିର୍ବାଚନମଣ୍ତଳୀର ବିଭିନ୍ନ ସ୍ଥାନରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହେବାରୁ ମାରପିଟ ଓ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ପୁଲିସକୁ ଲାଠିଚାଳନା ମଧ୍ୟ କରିବାକୁ ପଡ଼ିଛି। ଏହାଛଡ଼ା ଅନେକ ବୁଥ୍ରେ ଇଭିଏମ୍ ଅଚଳକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଭୋଟ ଶେଷ ହେବା ପରେ ମଧ୍ୟ କେତେକ ସ୍ଥାନରେ ବିଜେଡି ଓ ବିଜେପି ଦଳର ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହେବାରୁ ଉତ୍ତେଜନା ଲାଗି ରହିଛି।
ପାଟକୁରାରେ ୭୩% ମତଦାନ
ବିଭିନ୍ନ ସ୍ଥାନରେ ହିଂସା, ବିଜେଡି-ବିଜେପି ମାରପିଟ୍, ପୁଲିସର ଲାଠିଚାଳନା
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)