ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସଂକ୍ରମିତ ଗୁରୁତର ରୋଗୀମାନଙ୍କ ପାଇଁ ବ୍ୟବହାର କରାଯାଉଥିବା ରେନ୍ଡେସିଭିର ଭାଏଲ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ଓଡ଼ିଶା ସମେତ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ ଏପ୍ରିଲ ୨୧ରୁ ମେ’ ୧୬ ପର୍ଯ୍ୟନ୍ତ ସମୁଦାୟ ୫,୩୦,୦୦୦୦ ପରିମାଣର ରେନ୍ଡେସିଭିର ଭାଏଲ୍ ଆବଣ୍ଟନ କରାଯାଇଛି। ଏଥି ମଧ୍ୟରୁ ଓଡ଼ିଶା ପାଇଁ ୭୩,୦୦୦ ପରିମାଣର ରେନ୍ଡେସିଭିର୍ ଭାଏଲ୍ ଆବଣ୍ଟନ ରହିଛି। ପୂର୍ବରୁ ମେ’ ୧ରୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଥିବାର ରେମ୍ଡେସିଭିର ଭାଏଲ୍ ପରିମାଣକୁ ଏଥିରେ ସାମିଲ ଥିବାର କେନ୍ଦ୍ର ରସାୟନ ଓ ଉଚିରକ ମନ୍ତ୍ରଳାୟରୁ ସ୍ପଷ୍ଟ କରାଯାଇଛି। ରେମ୍ଡେସିଭିରର ଆବଣ୍ଟନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ସରକାରୀ ଓ ଘରୋଇ ହସ୍ପିଟାଲମାନଙ୍କରେ ସୁରୁଖୁରେ ହୋଇପାରିବ ସେନେଇ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପତ୍ର ଲେଖାଯାଇଛି। ଉଲ୍ଲେଖଯୋଗ୍ୟ କରୋନା ଆକ୍ରାନ୍ତ ଗୁରୁତର ରୋଗୀମାନଙ୍କୁ ଅକ୍ସିଜେନ୍ ସ୍ତର ଖସିଯିବାରେ ରେମ୍ଡେସିଭିର ଭାଏଲ୍ ଦିଆଯାଇଥାଏ।
ଓଡ଼ିଶାକୁ ୭୩୦୦୦ ରେମ୍ଡେସିଭିର ଭାଏଲ୍ ଆବଣ୍ଟନ
/sambad/media/post_attachments/wp-content/uploads/2021/05/Untitled-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)