ଗଞ୍ଜାମରେ ଥମୁନି ଡେଙ୍ଗୁ : ଆଉ ୨ ପଜିଟିଭ୍‌, ସଂଖ୍ୟା ୭୪

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି। ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଆଜି ପୁଣି ୨ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଥିବା ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା.ଆର୍.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତକାଲି ୪ଟି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ପୁଣିଥରେ ୨ଟି ନମୁନା ପଜିଟିଭ୍‌ ଆସିଛି। ଏହି ରୋଗୀମାନେ ମୁମ୍ବାଇ, ହାଇଦ୍ରାବାଦ, କାକିନାଡ଼ା, ଚେନ୍ନାଇରୁ ଆସିଥିବା ନେଇ ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବଡ଼ ମେଡିକାଲ କାଜୁଆଲଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା ହୋଇଥିବା ବେଳେ ସିଟି ହସ୍‌ପିଟାଲରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ୭୪ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୪୮ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ୨୬ଜଣ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର