୧୦ ଜିଲ୍ଲାରୁ ୭୪% କରୋନା ରୋଗୀ, ୪୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦିନକରେ ୧୬୯୯ ଚିହ୍ନଟ, ୧୦ ମୃତ, ୧୧୫୦ଜଣ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟ‌େର ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ ୧୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଥିରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ରହିଛି। ବଳକା ୨୦ଟି ଜିଲ୍ଲାରୁ ମାତ୍ର ୨୬ ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ୧୦ଟି ଜିଲ୍ଲାରେ ହଜାରରୁ ଅଧିକ ରୋଗୀ ରହିଥିବା ବେ‌ଳେ ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମରେ ସର୍ବାଧିକ ୧୨୦୮୦ଜଣ ଏ ପର୍ଯନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୫୫୩୧, କଟକ ୨୭୩୧, ସୁନ୍ଦରଗଡ଼ ୧୮୮୨, ଗଜପତି ୧୮୩୪, ଯାଜପୁର ୧୪୬୭, ବାଲେଶ୍ବର ୧୧୭୬, ରାୟଗଡ଼ା ୧୧୭୩, ପୁରୀ ୧୦୫୯ ଓ କୋରାପୁଟରୁ ୧୦୪୭ଜଣ ରହିଛନ୍ତି। ଏକାଧିକ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହଜାର ନିକଟତର ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୯୯ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜ‌ାର ୭୧୭ରେ ପହଞ୍ଚିଛି। ଏହାସହିତ ଆଉ ୧୦ଜଣ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫‌ରେ ପହଞ୍ଚିଛି। ଏହାସହ ଅଣକରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୪୫କୁ ବୃଦ୍ଧି ପାଇଛି। ୨୨ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ହୋଇଛି। ୧୦ ମୃତକଙ୍କ ମଧ୍ୟରେ ୫ଜଣ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଞ୍ଜାମ ଜିଲ୍ଲାର ୫୨ବର୍ଷର ପୁରୁଷ, ଭଦ୍ରକ ଜିଲ୍ଲାର ୫୩ବର୍ଷ ମହିଳା, ସୁନ୍ଦରଗଡ଼ର ୫୪ ବର୍ଷର ପୁରୁଷ, କନ୍ଧମାଳର ୬୧ବର୍ଷର ପୁରୁଷ ଓ କେନ୍ଦୁଝର ଜିଲ୍ଲାର ୫୨ବର୍ଷର ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପର ଶିକାର ଥିଲେ। ନବରଙ୍ଗପୁର ଜିଲ୍ଲାର ୪୦ବର୍ଷର ପୁରୁଷ ଓ ଗଞ୍ଜାମ ଜିଲ୍ଲାର ୫୫ବର୍ଷର ପୁରୁଷ ଯକ୍ଷ୍ମାରେ ଆକ୍ରାନ୍ତ ଥାଇ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ସୁନ୍ଦରଗଡ଼ ୨୮ ବର୍ଷର ଯୁବକ, ଗଞ୍ଜାମର ୪୦ବର୍ଷର ପୁରୁଷ, ନୟାଗଡ଼ର ୩୯ବର୍ଷର ପୁରୁଷ କେବଳ ଭୂତାଣୁର ଶିକାର ହୋଇଛନ୍ତି। ଏହାସହ ଗଞ୍ଜାମ ଜିଲ୍ଲାର ୪୫ବର୍ଷର ମହିଳା ଗଲବ୍ଲାଡର୍‌ ଓ ଅନ୍ୟ ଜଟିଳ ରୋଗରେ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ଭାବେ ଘୋଷଣା ହୋଇଛି।

India TV

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ୨୬୮, ଖୋର୍ଧା ୨୨୦, ସୁନ୍ଦରଗଡ଼ ୧୭୮, କଟକ ୧୦୫, ସମ୍ବଲପୁର ୧୦୧, ବରଗଡ଼ ୮୧, କନ୍ଧମାଳ ୭୪, ମାଲକାନଗିରି ୭୨, ପୁରୀ ୬୭, ଭଦ୍ରକ ୬୬, ଗଜପତି ୫୯, କେନ୍ଦୁଝର ୫୬, ଯାଜପୁର ଓ କୋରାପୁଟ ୪୧ ଲେଖାଏଁ, କଳାହାଣ୍ଡି ୩୦, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ୨୭ଜଣ ଲେଖାଏଁ, ନୟାଗଡ଼ ୨୫, ମୟୂରଭଞ୍ଜ ୨୪, ବଲାଙ୍ଗୀର ୨୧, ରାୟଗଡ଼ା ୧୯, ବାଲେଶ୍ବର ଓ ଅନୁଗୁଳରୁ ୧୭ଜଣ ଲେଖାଏଁ, ନବରଙ୍ଗପୁର ଓ ଜଗତ୍‌ସିଂହପୁରରୁ ୧୬ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନପୁରରୁ ୧୦ଜଣ ଲେଖାଏଁ, ବୌଦ୍ଧ ୮ ଓ ନୂଆପଡ଼ାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ୧୦୭୩ଜଣ ସଙ୍ଗରୋଧରୁ ଓ ୬୨୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ହାର ପ୍ରାୟ ୩୭ପ୍ରତିଶତ ରହିଛି।

ରାଜ୍ୟରେ ଲଗାତାର ଚତୁର୍ଥ ଦିନ ଲାଗି ହଜାରେରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ରାଜ୍ୟରେ ୧୧୫୦ଜଣ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୬୮୮୭ରେ ପହଞ୍ଚିଛି। ଗଞ୍ଜାମରୁ ୨୯୦, ଖୋର୍ଧା ୧୯୭, ରାୟଗଡ଼ା ୧୨୧, ସୁନ୍ଦରଗଡ଼ ୭୬, ଯାଜପୁର ୪୭, କୋରାପୁଟ ୪୫, କଟକ ୪୪, ପୁରୀ ୪୦, ନୟାଗଡ଼ ୩୫, କେନ୍ଦୁଝର ୩୩, ବାଲେଶ୍ବର ଓ କଳାହାଣ୍ଡିରୁ ୨୫ଜଣ ଲେଖାଏଁ, ମୟୂରଭଞ୍ଜ ୨୪, ସମ୍ବଲପୁର ୨୩, ବଲାଙ୍ଗୀର ୨୨, ଭଦ୍ରକ ୧୫, କନ୍ଧମାଳ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୧ଜଣ ଲେଖାଏଁ, ମାଲକାନାଗିରି ୧୦, ନୂଆପଡ଼ା ୮, ବରଗଡ଼ ୭, ଢେଙ୍କାନାଳ ୬, ଅନୁଗୁଳ ଓ ‌ସୋନପୁର ୫ଜଣ ଲେଖାଏଁ, ଗଜପତି ଓ ଝାରସୁଗୁଡ଼ାରୁ ୪ଜଣ ଲେଖାଏଁ, ବୌଦ୍ଧ ୨, ନବରଙ୍ଗପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୧୩୫୪୯ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର