ଭୁବନ : ବିଶ୍ୱ ମହାମାରୀ କରୋନା ଜନିତ କଟକଣା ଯୋଗୁ ଚଳିତ ବର୍ଷ ଅତ୍ୟନ୍ତ ନିରାଡମ୍ବର ଭାବେ ସବୁଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଭୁବନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡିଓ ଆଶୀର୍ବାଦ ପରିଡା, ସିଡିପିଓ ପ୍ରମୋଦିନୀ ତ୍ରିପାଠୀ ,ସୁପରଭାଇଜର ନିର୍ମଳା ସେଠୀ,ସୋନାଲି ସାହୁ ଏବଂ କର୍ମଚାରୀଙ୍କ ଗହଣରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପତାକା ଉତ୍ତୋଳନ କରିଥିଲେ ।
ତହସିଲ କାର୍ଯ୍ୟାଳୟରେ ସଂସ୍ଥା ବିଭାଗ ବରିଷ୍ଠ କିରାଣୀ ସୁଧିର କୁମାର ପଣ୍ଡା, ସୁପରଭାଇଜର ସୁଜିତ କୁମାର ଭୋଇ, କର୍ମଚାରୀ ନିରଂଜନ ଭୋଇ, ସୁନାରାମ ତିରିଆଙ୍କ ଉପସ୍ଥିତିରେ ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ପତାକା ଉତ୍ତୋଳନ କରିଥିଲେ ।
ଏନଏସି କାର୍ଯ୍ୟାଳୟ ପରିସରରେ ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା, କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଗୋଷ୍ଠୀ ସଂଗଠିକା ଜଲିତା ସାହୁ, ଡିଇଓ ପ୍ରଦୀପ ପଣ୍ଡା, ପ୍ରବିନ ନାଥ, କର୍ମଚାରୀ ରାଜ କିଶୋର ସାହୁଙ୍କ ଉପସ୍ଥିତିରେ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ପତାକା ଉତ୍ତୋଳନ କରିଥିଲେ ।
ଭୁୁବନ ଥାନା ପରିସରରେ ଏସଆଇବିକାଶ ଚନ୍ଦ୍ର ବେହେରା, ସୁକାନ୍ତି କେର୍କେଟା, ଏଏସଆଇ ପ୍ରଭାତ କୁମାର ନାୟକ,ରମେଶ ଚନ୍ଦ୍ର ସ୍ୱାଇଁ,ନୀଳକଣ୍ଠ ପାତ୍ର,ଲକ୍ଷ୍ମୀଧର ରଣା, କୃଷ୍ଣଚନ୍ଦ୍ର ମୁଣ୍ଡା, ଆଇଆରବି ଫୋର୍ସ ଓ କର୍ମଚାରୀଙ୍କ ଗହଣରେ ଆଇଆଇସି ଜିତେନ୍ଦ୍ର କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ ।
ଶିବାନୀ ଟାଓ୍ୱାର ସ୍ଥିତ ସାହୁ ନ୍ୟୁଜ ଏଜେନ୍ସି ତରଫରୁ ଆୟୋଜିତ ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାହୁ,ସରୋଜ କୁମାର ପୃଷ୍ଟି,ଦେବାନନ୍ଦ ସାହୁ.ଅଶୋକ ସାହୁ,ଚନ୍ଦ୍ରମଣି ପୃଷ୍ଟି ଙ୍କ ଉପସ୍ଥିତିରେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ପତାକା ଉତୋଳନ କରିଥିଲେ ।
ମୀରାବାଇ କଳା ବିକାଶ କେନ୍ଦ୍ର ଠାରେ ହୃଷିକେଶ ନାୟକ,ଶାନ୍ତିଲତା ଗୁରୁ,ରିତେଶ ନାୟକ,ଦୁଃଖବନ୍ଧୁ ନାୟକ ଙ୍କ ଉପସ୍ଥିତିରେ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ତଥା ଦୂରଦର୍ଶନ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ନିଦେ୍ର୍ଦଶକ ପ୍ରଯୋଜକ ଭଗବାନ ଗୁରୁ ଜାତୀୟ ପତାକା ଉତୋଳନ କରିଥିଲେ ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମନୋଜ କୁମାର ମହାନ୍ତି,ଡା.ସୌମ୍ୟ ରଂଜନ ପୃଷ୍ଟି,ଡା.ଆନନ୍ଦିତା ପରିଡା,ଆକାଉଂଟ ମ୍ୟାନେଜର ଦିଲ୍ଲୀପ କୁମାର ଦାସ ଓ ଷ୍ଟାପନର୍ସଙ୍କ ଉପସ୍ଥିତିରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ରମେଶ କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥରଲେ ।
ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆବଜାର (ବସଷ୍ଟାଣ୍ଡ) ଠାରେ ସଭାପତି ପ୍ରଭାସ କୁମାର ସେନାପତି,ଉପସଭାପତି ବିପିନ ବିହାରୀ ଦାସ,ପୂର୍ବତନ ସଂପାଦକ ଭବାନୀ ଶଙ୍କର ବେହେରା,ବିଳାସ ପୃଷ୍ଟି,ଶେଷଦେବ ପୃଷ୍ଟି,ପ୍ରଶାନ୍ତ କୁମାର ଦାସଙ୍କ ଉପସ୍ଥିତିରେ ପୂର୍ବତନ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ବିଷ୍ଣୁପ୍ରିୟା ଗ୍ୟାଲାକ୍ସି ପରିସରରେ କାଳିବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ, ନୂଆବଜାର ସଭାପତି ପ୍ରଭାସ ସେନାପତି ,ଯୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀ ରୋହନ ନାୟକଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ଗ୍ୟାଲାକ୍ସି ସତ୍ୱାଧିକାରୀ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ ।
ବିଜେଡି କାର୍ଯ୍ୟାଳୟରେ ନଗର ସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,କାଳୀ ବଜାର ଠାରେ ବଣିକ ସଂଘ ସଭାପତି ସମୀର କୁମାର ସାହୁ,ରାଇଜିଂ କ୍ଲବରେ ବରିଷ୍ଠ ସଭ୍ୟ ଶୁଭ୍ରାଂଶୁ ଭୂଷଣ ପୃଷ୍ଟି ପତାକା ଉତ୍ତୋଳନ କରିଥିଲେ । ଅନୁରୂପ ଭାବେ ସମସ୍ତ ବ୍ୟାଙ୍କ,ସରକାରୀ ,ବେସରକାରୀ କାର୍ଯ୍ୟାଳୟ,ସ୍କୁଲ,କଲେଜରେ ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।