୭୪ତମ ସ୍ୱାଧୀନତା ଦିବସ : ପୂର୍ବତଟ ରେଳପଥର ବାର୍ତ୍ତା

ପୂର୍ବତଟ ରେଳପଥ ପରିବାରର ମୋର ପ୍ରିୟ ସଦସ୍ୟବୃନ୍ଦ, ୭୪ତମ ପବିତ୍ର ସ୍ବଧୀନତା ଦିବସ ଅବସରରେ ମୁଁ ଆପଣମାନଙ୍କର ଅପାର ସୁଖ, ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରୁଛି।

୨୦୧୯-୨୦ ବର୍ଷରେ ଜାତୀୟ ସମ୍ପତ୍ତି ବୃଦ୍ଧି ଓ ବ୍ୟକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ଅବଦାନ ପାଇଁ ଅଭୂତପୂର୍ବ ପ୍ରଦର୍ଶନର ପରିମାପ ଦ୍ବାରା ପୂର୍ବତଟ ରେଳପଥ ଇତିହାସ ସୃଷ୍ଟି କରିପାରିଛି। ୨୦୦ ମିଲିଅନ୍ ଟନ୍‌ ପଣ୍ୟ ପରିବହନ କରି ୧୭ଟି ଜୋନ୍ ମଧ୍ୟରେ ଆମେ ପ୍ରଥମ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛୁ। ଆମେ ମଧ୍ୟ ୫୧.୩୪ ପ୍ରତିଶତ ପରିଚାଳନା ଅନୁପାତ ହାସଲକରି ୧୭ଟି ଜୋନ୍ ମଧ୍ୟରେ ପ୍ରଥମସ୍ଥାନ ଅଧିକାର କରିଛୁ। ପୂର୍ବତଟ ରେଳପଥ ୨୧.୭୦୩ କୋଟି ଆୟ କରି ସମସ୍ତ ୧୭ଟି ଜୋନ୍ ମଧ୍ୟରେ ଶ୍ରେଷ୍ଠ ହୋଇପାରିଛି। ଗତବର୍ଷ ତୁଳନାରେ ସମୁଦାୟ ପରିଚାଳନା ଖର୍ଚ୍ଚକୁ ୨ ପ୍ରତିଶତ ହ୍ରାସ କରି ୯୦୯୮ କୋଟିକୁ ଆଣିପାରିଛୁ। ଆମେ ୨୬୯ କୋଟି ଟଙ୍କା ମୂଲ୍ୟର ସ୍କ୍ରାପ୍ ବିକ୍ରୟ କରି ଏହି କ୍ଷେତ୍ରରେ ଅଗ୍ରଣୀ ହୋଇପାରିଛୁ, ଯାହାକି ଗତବର୍ଷ ତୁଳନାରେ ୪୫ ପ୍ରତିଶତ ଅଧୁକ। ଚୋରି ହୋଇଯାଉଥିବା ରେଳପଥ ସମ୍ପତ୍ତିର ଉଦ୍ଧାର କାର୍ଯ୍ୟ ଦ୍ବିଗୁଣିତ କରାଯାଇ ୬୭ ପ୍ରତିଶତରେ ପହଞ୍ଚି ପାରିଛି, ଯାହା ଗତବର୍ଷ ୩୪ ପ୍ରତିଶତ ଥିଲା। ଆମେ ସାମଗ୍ରୀ ସମୂହର ତାଲିକାଭୁକ୍ତ କାରବାର ଅନୁପାତକୁ ଗତବର୍ଷ ଥିବା ୩୬ ପ୍ରତିଶତରୁ ୧୬ ପ୍ରତିଶତକୁ ହ୍ରାସ କରି ସାମଗ୍ରୀ କ୍ରୟକୁ ସୁବିଧାଜନକ କରିଛୁ, ଯାହା ଦ୍ଵାରା ଭଣ୍ଡାରରେ ସାମଗ୍ରୀ ଜମା ହୋଇ ରହିବା ଦ୍ବାରା ସାମଗ୍ରୀ କ୍ରୟ ନିମନ୍ତେ ବିନିଯୋଗ ହେଉଥିବା ଅର୍ଥର ଅବରୋଧକୁ ହ୍ରାସ କରିପାରିଛୁ।

ପୂର୍ବତଟ ରେଳପଥର ନିରାପତ୍ତା ପ୍ରଦର୍ଶନ ଏକ ମିଲିୟନ ଟ୍ରେନ୍ କିଲୋମିଟର ପ୍ରତି ୦.୦୩ ଟି ଦୁର୍ଘଟଣା ହାରରେ ରହି ପୂର୍ବ ବର୍ଷ ପରି ଉତ୍କୃଷ୍ଟତା ବଜାୟ ରଖୁଛି। ଯାତ୍ରୀବାହୀ ଟ୍ରେନ୍‌ରେ ସମୟାନୁବର୍ତ୍ତିତାରେ ୧୩ ପ୍ରତିଶତ ଉନ୍ନତି ହେବା ସହିତ ଆମର ସମୟାନୁବର୍ତ୍ତିତା ୬ ପ୍ରତିଶତରୁ ୭୭.୬ ପ୍ରତିଶତକୁ ବୃଦ୍ଧି ପାଇଛି।

ରେଳବାଇ ସମ୍ପତ୍ତିର ରକ୍ଷଣାବେକ୍ଷଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆମେ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛୁ। ୩୬୧କି.ମିର ଲକ୍ଷ୍ୟ ଥିବା ସ୍ଥଳେ ୪୫୬.୭୩୭ କି.ମି.ର ସବୁଠାରୁ ଉତ୍ତମ ସଂପୂର୍ଣ୍ଣ ଟ୍ରାକ୍ ନବୀକରଣ (ସିଟିଆର) କାର୍ଯ୍ୟ ସମ୍ପାଦନ କରିପାରିଛୁ। ରେଳଲାଇନ୍‌ରେ ହେଉଥିବା ଫାଟକୁ ୪୪ ପ୍ରତିଶତ ହ୍ରାସ କରାଯାଇ ପାରିଛି। କାର୍ଯ୍ୟକ୍ଷମ ହେଉ ନଥିବା ୱାଗନ୍ ଗୁଡ଼ିକ ଗତ ବର୍ଷ ୪୬ ପ୍ରତିଶତ ଥିବାବେଳେ ତାହାକୁ ୦.୭୭ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବତଟ ରେଳପଥ ୧୪୬ ରୁଟ୍ କିଲୋମିଟରର ଲକ୍ଷ୍ୟ ତୁଳନାରେ ୧୫୯ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଆମେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୃଦ୍ଧି କରିବା ଦିଗରେ କର୍ତ୍ତବ୍ୟରତ। ୩୨ କି.ମି. ନୂତନ ଲାଇନ୍ କାର୍ଯ୍ୟକ୍ଷମ କରି ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଛୁ। ଆମେ ୮୨.୨୮ କି.ମି. ଦୋହରୀକରଣ କାର୍ଯ୍ୟ ସଂପୂର୍ଣ୍ଣ କରିଛୁ।। ନୂତନ ଲାଇନ୍ ଓ ଦୋହରା ଲାଇନ୍ ନିର୍ମାଣ ପାଇଁ ଆସ୍ତେ ଏହି ବର୍ଷ ୨୫୫୦.୬୨ କୋଟି ପରିମାଣର ୧୦୨ ପ୍ରତିଶତ ରାଶି ବିନିଯୋଗ କରି କୌଣସି ବି ପ୍ରକଳ୍ପର ଅନୁଦାନ ପାଣ୍ଠି ଫେରାଇ ନାହୁଁ।

ସେହିଭଳି, ସମ୍ବଲପୁର ରେଳ ମଣ୍ଡଳର ବରଗଡ଼ ରୋଡ଼ –ବରପାଲି ଶାଖା ମଧ୍ୟରେ ଏକକ ଲାଇନ୍‌ରେ ପ୍ରଥମଥର ପାଇଁ ମଧ୍ୟବର୍ତ୍ତୀ ବ୍ଳକ୍ ପ୍ରଣାଳୀ କାର୍ଯ୍ୟକ୍ଷମ କରିବା ଦ୍ୱାରା କାର୍ଯ୍ୟ ଦକ୍ଷତା ବୃଦ୍ଧିର ଓ କାର୍ଯ୍ୟ ପରିଚାଳନା ଖର୍ଚ୍ଚ ହ୍ରାସ କରିବାର ଏକ ଅଭିନବ ପ୍ରୟାସ କରାଯାଇଛି।

ଆମର ଉର୍ଜା ସଂରକ୍ଷଣ ପଦକ୍ଷେପରେ ପୂର୍ବ ତଟ ରେଳପଥ ୧୬,୮୭୧ ସଂଖ୍ୟକ ଇଏସସିଇଆଇଟିଏସ୍ ଉପାର୍ଜନ କରିଛି, ଯାହାକି କାର୍ବନ ବିନିମୟରେ ବାଣିଜ୍ୟ ଯୋଗ୍ୟ ଅଟେ। ଆମେ ମଞ୍ଚେଶ୍ୱର ଠାରେ ଶୂନ ଅବଶେଷ ଅପଶିଷ୍ଟ ଉପଚାର ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ କରାଇ ଭାରତୀୟ ରେଳପଥରେ ପ୍ରଥମ ହୋଇପାରିଛୁ, ଯାହାକି ଡିଜେଲ୍ ତୈଳ, ଜଳ, ଗ୍ୟାସ୍ ଓ ଜୈବିକ ସାର ଯୋଗାଣରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସହିତ ସମସ୍ତ ପ୍ରକାର ଅବଶେଷକୁ ନଷ୍ଟ କରିପାରୁଛି। ବିଶାଖାପାଟଣା ଠାରେ ପବନରୁ ଜଳ ଉତ୍ପାଦନ କରିପାରୁଥିବା ପ୍ରଥମ କାରଖାନା ପ୍ରତିଷ୍ଠା କରାଯାଇଛି।

ଯେତେବେଳେ କୋଭିଡ଼ – ୧୯ ବିଶ୍ଵ ମହାମାରୀ ସାରା ବିଶ୍ବକୁ ହଠାତ୍ ମାଡ଼ି ଆସିଥିଲା, ପୂର୍ବ ତଟ ରେଳପଥ ଏହି ଅଦୃଶ୍ୟ ଶତ୍ରୁକୁ ସମ୍ମୁଖ ଆହ୍ବାନ୍‌ ଦେଇଥିଲା। ସଂକ୍ରମଣ ବ୍ୟାପିବା ପ୍ରତିହତ କରିବା ପାଇଁ ପୂର୍ବ ତଟ ରେଳପଥ ହିଁ ପ୍ରଥମ ଜୋନ୍ ରୂପେ ଟ୍ରେନ୍‌ମାନଙ୍କରୁ ପରଦା ଓ ବେଡ୍ ରୋଲ୍ ଅପସାରଣ କରାଇଥିଲା। ଆମର ସିଭିଲ ଡିଫେନସ୍ ସଂଗଠନ କୋଭିଡ଼ ନିୟମାବଳୀ ବିଷୟରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଅଛି।

ଶେଷରେ ଆମ କୋଭିଡ଼ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ମୋ ସହିତ ଯୋଗ ଦେବା ନିମନ୍ତେ ଅନୁରୋଧ କରୁଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ମୋ ସହିତ ଠିଆ ହୋଇ କରତାଳି ଦେବା ସହ ସେମାନଙ୍କର ମନୋବଳ ବୃଦ୍ଧି କରନ୍ତୁ।

ବିଦ୍ୟା ଭୂଷଣ, ମହାପ୍ରବନ୍ଧକ

ସମ୍ବନ୍ଧିତ ଖବର