ଇଟାଲିରେ ବିଶ୍ୱ ହୋମିଓପ୍ୟାଥିକ କଂଗ୍ରେସ ଅନୁଷ୍ଠିତ

ଭୁବନେଶ୍ବର : ଲିଗା ମେଡିକାଲ ହୋମିଓପ୍ୟାଥିକ ଇଣ୍ଟରନ୍ୟାସନାଲ ପକ୍ଷରୁ ୭୪ତମ ବିଶ୍ବ ହୋମିଓପ୍ୟାଥିକ ଅନ୍ତର୍ଦେଶୀୟ କଂଗ୍ରେସ ଇଟାଲିର ସୋରେଣ୍ଟରେ ଗତ ‌େସପ୍ଟେମ୍ବର ୨୫ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୧ଟି ଦେଶରୁ ୧୧୦୦ ହୋମିଓପାଥ୍‌ ବିଶେଷଜ୍ଞ ଯୋଗଦାନ କରିଥିଲେ। ୩ଟି ସଭାକକ୍ଷରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଦେଶର ହୋମିଓପ୍ୟାଥି ଗବେଷକଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା। ଏହି ତଥ୍ୟଭିତ୍ତିକ ଗବେଷଣା ସନ୍ଦର୍ଭ ଅନିୟମିତ ଜୀବନଶୈଳୀ ଦ୍ବାରା ହେଉଥିବା‌ କର୍କଟ ରୋଗ, ଗଣ୍ଠଜନିତ, ବାର୍ଦ୍ଧକ୍ୟଜନିତ ଓ ଜରାୟୁ ରୋଗ ଉପରେ ପର୍ଯ୍ୟ‌ବସିତ ଥିଲା। ସଫ୍ଟ ୱେୟାର ମାଧ୍ୟମରେ ନିର୍ଭୁଲ ଭାବେ ରୋଗୀମାନଙ୍କ ପାଇଁ ଔଷଧ ଚୟନ ମଧ୍ୟ ମୁଖ୍ୟ ଆଲୋଚନାର ବିଷୟ ଥିଲା। ବିଭିନ୍ନ ପ୍ରକାର ଟ୍ୟୁମର ଏବଂ କର୍କଟର ପୂର୍ବାବସ୍ଥାରୁ କିପରି ଚିକିତ୍ସା ଏବଂ ପ୍ରତିରୋଧ କରାଯାଇ ପାରିବ ତାହା ଉପରେ ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ସନ୍ଧର୍ଭ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର