ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଓପନ ସ୍କୁଲ ପରୀକ୍ଷାରେ ୫୦୧୮ଜଣ ଫର୍ମପୂରଣ କରିଥିବା ବେଳେ ୫୨୮ଜଣ ପରୀକ୍ଷା ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୩୭୪୬ଜଣ ପାସ୍ କରିଛନ୍ତି। ସାମଗ୍ରିକ ପାସ୍‌ ହାର ୭୫.୦୭ ପ୍ରତିଶତ ରହିଛି। ଏ-୧ରେ କେହି ନଥିବା ବେଳେ ଏ-୨ରେ ୨୧ଜଣ, ବି-୧ରେ ୧୬୮, ବି-୨ରେ ୭୧୬ଜଣ, ସି ରେ ୯୧୩ ଜଣ, ଡି ରେ ୧୨୦୪ଜଣ, ଇ ରେ ୭୨୪ ଜଣ ପାସ୍ କରିଛନ୍ତି। ଓପନ୍ ସ୍କୁଲରେ ୧୫ଜଣ ମାଲପ୍ରାକ୍ଟିସ୍ ହୋଇଛନ୍ତି।

Advertisment

ସେହିଭଳି ମଧ୍ୟମାରେ ୩୬୨୭ ଫର୍ମପୂରଣ କରିଥିବା ବେଳେ ୪୭୯ଜଣ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୩୧୧୭ ଜଣ ପାସ୍ କରିଛନ୍ତି। ପାସ ହାର୍‌ ୮୫.୯୪ ପ୍ରତିଶତ ରହିଛି। ଏ-୧ରେ ୧୪ଜଣ, ଏ-୨ରେ ୫୮୯ଜଣ, ବି-୧ରେ ୧୦୫୧ଜଣ, ବି-୨ରେ ୮୩୪ଜଣ, ସି ରେ ୪୭୫ ଜଣ, ଡି ରେ ୧୦୩ ଜଣ, ଇ ରେ ୫୧ ଜଣ ପାସ୍ କରିଛନ୍ତି। ମଧ୍ୟମାରେ କେହି ଏମ୍‌ପି ହୋଇଛନ୍ତି।