ଭୁବନେଶ୍ବର: ପୂଜ୍ୟପୂଜା ପରମ୍ପରାକୁ ଆଉ ଟିକେ ଆଗକୁ ନିଆଯିବ। ଓଡ଼ିଶାର ଆଉ କିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସାର୍ବଜନୀନ ସ୍ଥାନରେ ପ୍ରତିଷ୍ଠା କରାଯିବ। ଫଳରେ ଉତ୍ତରପିଢ଼ି ଆମ ବରପୁତ୍ରମାନଙ୍କୁ ନେଇ ଅଧିକ ସଚେତନ ହେବେ। ଏନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଓଡ଼ିଶାରେ ଜାତୀୟ ଓ ରାଜ୍ୟସ୍ତରୀୟ ବରପୁତ୍ରଙ୍କ ୭୫ଟି ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟରେ ଓଡ଼ିଶାରେ ଏହିସବୁ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଏହି ସମସ୍ତ କାର୍ଯ୍ୟ ୨୦୨୬ ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ପୁରୀ ଜିଲ୍ଲାରେ ଭକ୍ତ ମନେଇ ସାହୁ, ଅଟଳ ବିହାରୀ ବାଜପେୟୀ, ଖୋର୍ଦ୍ଧା ଜିଲ୍ଲାରେ ସ୍ବର୍ଗତ ବିଶ୍ୱନାଥ ଦାସ, କବି ସଚ୍ଚିଦାନନ୍ଦ ରାଉତରାୟ, କବି କୁନ୍ତଳା କୁମାରୀ ସାବତ, ବୀର ସୁରେନ୍ଦ୍ର ସାଏ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ, ବୀର ସିଡୋ ମୁର୍ମୁ ଓ କାହ୍ନୁ ମୁର୍ମୁ, ରବି ରାୟ, ବିନାୟକ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ରାଧାନାଥ ରଥ, ଲାଲ୍ ବାହାଦୁର ଶାସ୍ତ୍ରୀ, ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ, ପିଣ୍ଡିକି ବାହୁବଳେନ୍ଦ୍ର, ଧରଣୀଧର ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ବାଲେଶ୍ୱର ଜିଲ୍ଲାରେ କବିବର ରାଧାନାଥ ରାୟ, ମୁକୁନ୍ଦ ପ୍ରସାଦ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଧାନାଥ ରାୟ, ଖୁଦିରାମ ବୋଷ, ଜଗତସିଂହପୁର ଜିଲ୍ଲାରେ ଜାତୀୟ କବି ବୀର କିଶୋର ଦାସ, ଶାରଳା ଦାସ, ଅଟଳ ବିହାରୀ ବାଜପେୟୀ, ମହେଶ ଚନ୍ଦ୍ର ସୁବାହୁସିଂହ, ନୟାଗଡ଼ ଜିଲ୍ଲାରେ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ପଠାଣି ସାମନ୍ତ, କଟକ ଜିଲ୍ଲାରେ ଭୈରବ ମହାନ୍ତି, ସରଳା ଦେବୀ, ରାଣୀ ଶୁକଦେବୀ, କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ, ନୀଳମଣି ବିଦ୍ୟାରତ୍ନ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଗଙ୍ଗାଧର ମେହେର, ବରଗଡ଼ ଜିଲ୍ଲାରେ କୁଞ୍ଜ ବିହାରୀ ଦାସ, ଗଙ୍ଗାଧର ମେହେର, ମନହୋର ସିଂହ, ଅନୁଗୁଳ ଜିଲ୍ଲାରେ ବି. ଆର ଆମ୍ବେଦକର, ନବକୃଷ୍ଣ ଚୌଧୁରୀ, ଢେଙ୍କାନାଳ ଜିଲ୍ଲାରେ ସାରଙ୍ଗଧର ଦାସ, ବାଜି ରାଉତ, ଭଦ୍ରକ ଜିଲ୍ଲାରେ ବିପ୍ଲବୀ ଚକ୍ରଧର ବେହେରା, ସହିଦ ନିରଞ୍ଜନ ବେହେରା, ସ୍ୱାମୀ ବିବେକାନନ୍ଦ, ଭଦ୍ରକ ଜିଲ୍ଲା ଧୂଷୁରୀରେ ଅଟଳ ବିହାରୀ ବାଜପେୟୀ, ବାଞ୍ଛାନିଧି ମହାନ୍ତି, ମୁରଲୀଧର ପଣ୍ଡା, ଲକ୍ଷ୍ମୀକାନ୍ତ ମହାପାତ୍ର, ଚାନ୍ଦବାଲିରେ ଅଟଳବିହାରୀ ବାଜପେୟୀ, ବଲାଙ୍ଗୀର ଜିଲ୍ଲାରେ ହରେକୃଷ୍ଣ ମହତାବ, ଗଙ୍ଗାଧର ମେହେର, ଗଞ୍ଜାମ ଜିଲ୍ଲାରେ ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଦରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମଣାନନ୍ଦ ସରସ୍ବତୀ, ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ଛବିଳ ସାଏ, ଚନ୍ଦ୍ରଶେଖର ଆଜାଦ, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧୁସୂଦନ ଦାସ, ମୟୂରଭଞ୍ଜ ଜିଲ୍ଲାରେ ପଣ୍ଡିତ ରଘୁନାଥ ମୁର୍ମୁ, ଦିନଦୟାଲ ଉପାଧ୍ୟାୟ, ଅଟଳବିହାରୀ ବାଜପେୟୀ କୋରାପୁଟ ଜିଲ୍ଲାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ, କଳାହାଣ୍ଡି ଜିଲ୍ଲାରେ ରେଣ୍ଡୋ ମାଝୀ, କେନ୍ଦୁଝର ଜିଲ୍ଲାରେ ରମାଦେବୀ, ସୋନପୁର ଜିଲ୍ଲାରେ ଭୀମଭୋଇ ଏବଂ ରାୟଗଡ଼ା ଜିଲ୍ଲାରେ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।