କଟକ: ଆସନ୍ତା ୮ ତାରିଖରେ ଓଡ଼ିଶାର ଅନ୍ୟତମ ପୂରାତନ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପୂର୍ତ୍ତି ଉତ୍ସବରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଶାହାଙ୍କ ଓଡ଼ିଶା ଗ୍ରସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ପହଁଚିଛନ୍ତି । ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତୀ ଅବସରରେ ହେବାକୁ ଥିବା କର୍ଯ୍ୟକ୍ରମରେ ସ୍ଥିତି ସମୀକ୍ଷା କରିଛନ୍ତି।
ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ନେତାଜୀ ସଂଗ୍ରହାଳୟ ଓ ପରେ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ବୁଲି ସମସ୍ତ ଦିଗକୁ ସମୀକ୍ଷା କରିଥିଲେ। କାରଣ ଏହି କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଯୋଗ ଦେବାକୁ ଥିଲା ବେଳେ ସୁରକ୍ଷା ବ୍ୟବସ୍ଥା ଯେପରି କଡାକଡି ରହିବ ସେ ଦିଗରେ ଆଲୋଚନା କରିଥିଲେ। ତେବେ ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Dharmendra-Pradhan.jpg)