ଭୁବନେଶ୍ୱର: ଆଉ ମାତ୍ର ୪ ଦିନ ପରେ ସମଗ୍ର ଭାରତ ସମେତ ଓଡ଼ିଶାରେ ମଧ୍ୟ ୭୫ତମ ସାଧାରଣତନ୍ତ୍ର (ଗଣତନ୍ତ୍ର) ଦିବସ ପାଳନ କରାଯିବ। ଆସନ୍ତା ୨୬ ତାରିଖରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯିବ। ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଓ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କରାଯିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ କରିବେ।

Advertisment

ବିଜ୍ଞପ୍ତି ଅନୁସାରେ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜିଲ୍ଲାସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରିବେ। ସୁନ୍ଦରଗଡ଼ରେ ପ୍ରଦୀପ କୁମାର ଅମାତ, ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ ଜିଲ୍ଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିବେ। ସେହିପରି ଜଗତସିଂହପୁରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସୋନପୁରରେ ଉଷା ଦେବୀ, କେନ୍ଦୁଝର ଜିଲ୍ଲାରେ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜର ବାରିପଦାରେ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗୀରରେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକରେ ସୁଦାମ ମାର୍ଣ୍ଡି, ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଜଗନ୍ନାଥ ସାରକା ଜିଲ୍ଲାସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ। ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଟୁକୁନି ସାହୁ, ଅନୁଗୁଳରେ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ଵରରେ ବାସନ୍ତୀ ହେମ୍ବ୍ରମ, ଝାରସୁଗୁଡ଼ାରେ ପ୍ରୀତିରଞ୍ଜନ ଘଡାଇ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ। ନୂଆପଡାରେ ରୀତା ସାହୁ ଓ କୋରାପୁଟରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ।

ବ୍ରହ୍ମପୁରରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ବ କମିସନର ପତାକା ଉତ୍ତୋଳନ କରିବେ । ତେବେ ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।