ଭୁବନେଶ୍ବରରେ ପହଞ୍ଚିଲେ ୭୭ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିଛନ୍ତି ୭୭ ଜଣ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ମଧ୍ୟ ହୋଇଥିଲେ ।

 

ଛାତ୍ରଛାତ୍ରୀମାନେ ସୁରକ୍ଷିତ ଓଡ଼ିଶାରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତ ହୋଇଛନ୍ତି । ଏକ ଟୁଇଟ କରି ସେ ଲେଖିଛନ୍ତି ଯେ, ଯୁଦ୍ଧଗ୍ରସ୍ତ ୟୁକ୍ରେନର ଭୟଙ୍କର ପରିସ୍ଥିତି ସହ ଲଢି ଆମ ଛାତ୍ରଛାତ୍ରୀମାନେ ସୁରକ୍ଷିତଭାବେ ଓଡ଼ିଶା ଫେରିବା ଏକ ଆଶ୍ବସ୍ତିର କଥା । ଆମର ଅବଶିଷ୍ଟ ଛାତ୍ରଛାତ୍ରୀଙ୍କୁ ବି ସୁରକ୍ଷିତ ଘରକୁ ଆଣିବାକୁ ଉଦ୍ୟମ ଜାରି ରହିବ ।

ସମ୍ବନ୍ଧିତ ଖବର