ରେଙ୍ଗାଲି: ରେଙ୍ଗାଲି ବ୍ଲକ ଟାମ୍ପରକେଲା ସ୍ଥିତ ଏମ୍.ଇ ସ୍କୁଲ ପରିସରରେ ରବିବାର ମହେଶ୍ୱର ଯୁବକ ସଂଘ ଓ ‘ସମ୍ବାଦ - ଆମ ଓଡ଼ିଶା'ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୭୭ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରେ ଆଖପାଖ ଅଞ୍ଚଳର ବହୁ ଲୋକ ଆସି ରକ୍ତଦାନ କରିଥିଲେ। ରକ୍ତଦାନ ପାଇଁ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଟାମ୍ପରକେଲା ସରପଞ୍ଚ ଚିତମ୍ବିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।
ତବଡ଼ାବାହାଲ ସରପଞ୍ଚ ମମତା ପୂଝାରୀ, ଟାମ୍ପରକେଲା ନାଏବ ସରପଞ୍ଚ ସରସ୍ବତୀ ମହାନ୍ତି, ବୁର୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡା. ସନତ ଦାଶ, କାଉନ୍ସେଲର ମଣ୍ଡୁ ପଧାନ, ଟେକ୍ନିସିଆନ ଦେବାଶିଷ ମିଶ୍ର, ଆଟେଣ୍ଡାଣ୍ଟ ପ୍ରହଲ୍ଲାଦ ଭୋଇ, ପାଇନୁ ଭୋଇ, ରମାକାନ୍ତ ବେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ’ ରେଙ୍ଗାଲି ପ୍ରତିନିଧି ହିମାଂଶୁ ମିଶ୍ର ଓ ସୁବ୍ରତ ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ନେପାଳ ବଢ଼େଇ, ଯୁବକ ସଂଘ ସଭାପତି ଯତୀଶ ବିଶ୍ୱାଳ, ସଂପାଦକ ଅନୀଲ ବାରିକ, ଘନଶ୍ୟାମ ରୋହିଦାସ, ସୁବ୍ରତ ପଧାନ, ଗୌରାଙ୍ଗ ବେହେରାଙ୍କ ସମେତ କ୍ଲବ୍ର ସମସ୍ତ କର୍ମକର୍ତ୍ତା ଓ ‘ସମ୍ବାଦ-ଆମ ଓଡ଼ିଶା ସଂଯୋଜକ ପ୍ରିୟତୋଷ ମହାନ୍ତି ଓ ‘ସମ୍ବାଦ’ ଯୁଯୁମୁରା ପ୍ରତିନିଧି ବିଜୟ ସ୍ବାଇଁ ସହଯୋଗ କରିଥିଲେ।
ରକ୍ତଦାତା ଜୀବନ ଦାତା
ଗୋଲବଦନ ବାରିକ, ଶ୍ୟାମସୁନ୍ଦର ଭୋଇ, ଗୋପାଳ ବଢ଼େଇ, ଯୁବରାଜ ପଧାନ, ଅକ୍ଷୟ ସାହୁ, ଲକ୍ଷପତି ମିର୍ଦ୍ଧା, ପଙ୍କଜ ଖଣ୍ଡ, ଦିନେଶ ବଢ଼େଇ, ଶାନ୍ତନୁ ସାହୁ, ମହେନ୍ଦ୍ର ଓରାମ, ସଚିଦା ଭୋଇ, ଲକ୍ଷ୍ମଣ ଭୋଇ, ଆଶିଷ ଭୋଇ, ସଞ୍ଜୟ ସାହୁ, ତିଳକ ସାହୁ, ପରେଶ ସାହୁ, ସଗଡିସ ଓରାମ, ସତ୍ୟଜିତ ମିର୍ଦ୍ଧା, ଜୟନ୍ତ ଓରାମ, ପ୍ରଭାସ ଓରାମ, ସମୀର ଓରାମ, ସଞ୍ଜୟ କିସାନ, କ୍ରିଷ୍ଣା ଓରାମ, ମହେଶ ବାଗ, ଉଦ୍ଧବ ଘଟୁଆଲ, ମହେନ୍ଦ୍ର ଘୁସି, ସୁବ୍ରତ ବାଗ, ପ୍ରଫୁଲ୍ଲ ବାଗ, ସରସ୍ୱତୀ ମହାନ୍ତି, ସୂର୍ଯ୍ୟ ଓରାମ, ମହେଶ ସାହୁ, ଦ୍ରୋଣ ବାଗ, ସୁସ୍ମିତା ବାରିକ, ସାନନ୍ଦ ସାହୁ, ବିନୋଦ ଜୁଆଡି, ସୁନୀଲ ବାଗ, ବେଦବ୍ୟାସ ପଧାନ, ଶୁଭମ ତ୍ରିପାଠୀ, କ୍ରିଷ୍ଣରାମ ନାଥ, ବୈଦ୍ୟନାଥ ସ୍ବାଇଁ, ଓମପ୍ରକାଶ ପାତ୍ର, ନିଖିଳ ଦାଶ, କର୍ଣ୍ଣ ବାଗ, ମହେଶ୍ୱର ବାଗ, ଗୋପାଳ ଭୋଇ, ଦର୍ଶନ ସାହୁ, ବୀରେନ୍ଦ୍ର ପ୍ରଧାନ, ରମାକାନ୍ତ ସାହୁ, ବୈଶାଖୁ ବଢ଼େଇ, ସଚିନ ଚନ୍ଦ୍ର ଦୀପ, ଯତିଶ ବିଶ୍ୱାଳ, ଅମିତ ସାହୁ, ବାଳକୃଷ୍ଣ ସାହୁ, ଗୌରାଙ୍ଗ ସୁନା, ସୁମିତ ସାହୁ, ଯତୀନ୍ଦ୍ର କିଷାନ, ଲୋକନାଥ ବଢ଼େଇ, ଚିତ୍ତରଞ୍ଜନ ମିର୍ଦ୍ଧା, ବାବଲୁ ପନ୍ତିଆ, ଅଶ୍ୱିନୀ ଓରାମ, ରୁଷଭ ରୋହିଦାସ, ଗୋଲାପି ପ୍ରଧାନ, ଦିଲୀପ ଶବର, ବୁଲୁ ସୁନା, ଶତ୍ରୁଘ୍ନ କିଷାନ, ଅମର ବାଗ, ମିଳନ ବୁଡ଼େକ, ଅଚ୍ୟୁତ ଓରାମ, ବଳରାମ ଓରାମ, ରାଜେଶ ବଢ଼େଇ, ଯୁଗଳ କିଶୋର ବୁଡ଼େକ, ଜନାର୍ଦ୍ଦନ ରୋହିଦାସ, ଘନଶ୍ୟାମ ରୋହିଦାସ, ନେପାଳ ବଢ଼େଇ, ଅନୀଲ ବାରିକ, ରାଧେଶ୍ୟାମ ଓରାମ, ଶିବ ଶଙ୍କର ଓରାମ।