ଭୁବନେଶ୍ୱର: ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି, ଉଦେଶ୍ୟ ମୂଳକ ଭାବେ ସରକାର କିଛି କରିନାହାନ୍ତି। ଆଇନ ବାହାରକୁ ଯାଇ କିଛି କରିନାହାନ୍ତି ସରକାର। ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ ।
ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଛୋଟ ଛୋଟ ବିଦ୍ୟାଳୟ ପାଇଁ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଛୋଟ ଛୋଟ ସ୍କୁଲକୁ ଏକତ୍ର କରି ବୃହତ୍ତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ବଢ଼ିବ। ଏକତ୍ରିକରଣ ପାଇଁ ପ୍ରକ୍ରିୟା ଚାଲିଛି। ରାଜ୍ୟରେ ୬୦୪୮ଟି ସ୍କୁଲରେ ୨୦ରୁ କମ ପିଲା ଅଛନ୍ତି। ୭୭୭୨ ସ୍କୁଲ ବନ୍ଦ ପାଇଁ ପ୍ରକ୍ରିୟା ଚାଲିଛି। ୧୭୨୪ ସ୍କୁଲରେ କମ ପିଲା ଅଛନ୍ତି। ଆଦିବାସୀ ଅଂଚଳରେ ୨୫ରୁ କମ ପିଲା ଥିବା ନିଷ୍ପତ୍ତିକୁ ବଦଳାଇ ୧୫ କରାଯିବ।
୨୦୧୩ରେ ନୂଆ ନିୟମ ଅନୁସାରେ ନନ ସିଡ୍ୟୁଲ ଅଂଚଳରେ ୪୦ ପିଲା ଓ ସିଡ୍ୟୁଲ ଅଂଚଳରେ ୨୫ ପିଲାରୁ କମ ଥିଲେ ସ୍କୁଲ ବନ୍ଦ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ୬୬ ହଜାର ୫୯୪ ସ୍କୁଲ ଅଛି ଯାହାକି ୨୦୦୨-୦୩ ମସିହାଠୁ ୨୧ ହଜାର ୯୨୫ ସ୍କୁଲ ଅଧିକ । ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରିକରଣ କରି ବୃହତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
ଶିକ୍ଷାର ଗୁଣବତ୍ତା ହ୍ରାସ ସମ୍ପର୍କରେ ବିଶ୍ଲେଷଣ କରାଯିବା ପରେ ସଂଖ୍ୟାଧିକ ସ୍କୁଲ ରହିବା ଏକ କାରଣ। ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦେଶ୍ୟ। ଗୋଟିଏ ଜାଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବା ଆମ ଉଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।