ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଶୁକ୍ରବାର ୭୮.୩% ଲୋକ ମତଦାନ କରିଛନ୍ତି। ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଏଥର ବି ସେହି ଧାରା ବଜାୟ ରହିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ବିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୮୬% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୦.୩୨%, ବାଲେଶ୍ବରରେ ୭୮.୭୪%, ବଲାଙ୍ଗୀରରେ ୭୪.୬୩%, ବରଗଡ଼ରେ ୭୬.୨%, ଭଦ୍ରକରେ ୮୧.୦୪%, ବୌଦ୍ଧରେ ୮୪.୯%, କଟକରେ ୭୯.୬୪%, ଦେବଗଡ଼ରେ ୭୮.୩୩%, ଢେଙ୍କାନାଳରେ ୮୧.୦୮%, ଗଜପତିରେ ୮୨.୬୯%, ଜଗତସିଂହପୁରରେ ୭୮.୬୨%, ଯାଜପୁରରେ ୭୬ %, ଝାରସୁଗୁଡ଼ାରେ ୮୫.୧୪%, କଳାହାଣ୍ଡିରେ ୮୩.୮୧%, କନ୍ଧମାଳରେ ୭୯.୫%, କେନ୍ଦ୍ରାପଡ଼ାରେ ୭୪.୮୮%, କେନ୍ଦୁଝରରେ ୭୮.୧୮%, ଖୋର୍ଦ୍ଧାରେ ୭୩.୯୭%, କୋରାପୁଟରେ ୭୯.୦୧%, ମାଲକାନଗିରିରେ ୭୩.୪୩%, ମୟୂରଭଞ୍ଜରେ ୭୬.୮୫%, ନବରଙ୍ଗପୁରରେ ୮୧.୭୩%, ନୟାଗଡ଼ରେ ୭୭.୯୫%, ନୂଆପଡ଼ାରେ ୭୭.୬୭%, ପୁରୀରେ ୭୯.୧୬%, ରାୟଗଡ଼ାରେ ୭୭.୧୬%, ସମ୍ବଲପୁରରେ ୭୮.୪୩%, ସୁବର୍ଣ୍ଣପୁରରେ ୮୫.୬୭%, ସୁନ୍ଦରଗଡ଼ରେ ୭୪.୨୫% ମତଦାନ ହୋଇଛି।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଥିଲା। ବୁଧବାର ୭୭.୨% ଲୋକ ମତଦାନ କରିଥିଲେ। ଯେତେବେଳେ କି ୨୦୧୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୬୫% ମତଦାନ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୯୬% ମତଦାନ ହୋଇଥିଲା। ସେହିପରି ଅନୁଗୁଳରେ ୮୨.୬%, ବାଲେଶ୍ବରରେ ୭୬.୫୮%, ବଲାଙ୍ଗୀରରେ ୭୦.୨୪%, ବରଗଡ଼ରେ ୭୯.୩୭%, ଭଦ୍ରକରେ ୭୬.୫%, କଟକରେ ୭୬.୮୭%, ଦେବଗଡ଼ରେ ୮୩.୭୫%, ଢେଙ୍କାନାଳରେ ୭୮.୯୪%, ଗଜପତିରେ ୭୯.୫୭%, ଜଗତସିଂହପୁରରେ ୭୭.୫୭%, ଯାଜପୁରରେ ୭୪.୫%, ଝାରସୁଗୁଡ଼ାରେ ୮୨.୧%, କଳାହାଣ୍ଡିରେ ୮୧.୧୨%, କନ୍ଧମାଳରେ ୭୬.୩୩%, କେନ୍ଦ୍ରାପଡ଼ାରେ ୭୧.୭୬%, କେନ୍ଦୁଝରରେ ୭୮.୪୩%, ଖୋର୍ଦ୍ଧାରେ ୭୧%, କୋରାପୁଟରେ ୮୦.୨%, ମାଲକାନଗିରିରେ ୭୭.୮୬%, ମୟୂରଭଞ୍ଜରେ ୭୮.୪୨%, ନବରଙ୍ଗପୁରରେ ୮୦.୫୪%, ନୟାଗଡ଼ରେ ୭୩.୬୩%, ନୂଆପଡ଼ାରେ ୭୫.୫୭%, ପୁରୀରେ ୭୬.୩୨%, ରାୟଗଡ଼ାରେ ୭୬.୯୫%, ସମ୍ବଲପୁରରେ ୭୭.୨୫%, ସୁବର୍ଣ୍ଣପୁରରେ ୮୧.୫୬%, ସୁନ୍ଦରଗଡ଼ରେ ୭୨.୬୯% ମତଦାନ ହୋଇଥିଲା।