ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ; ଏଥର ବି ସୋନପୁରରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ ମତଦାନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ରବିବାର ଶେଷ ହୋଇଥିବାବେଳେ ଏଥି‌ର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ତୁଳନାରେ ୦.୩% ଅଧିକ ମତଦାନ ହୋଇଛି। ‌ସେହିପରି ୨୦୧୭ରେ ତୃତୀୟ ପର୍ଯ୍ୟାୟରେ ୭୭.୨୩% ମତଦାନ ହୋଇଥିବାବେଳେ ଏଥର ୧.୪% ଅଧିକ ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ବି ସୋନପୁରରେ ସର୍ବାଧିକ ଓ ଗଞ୍ଜାମରେ ସର୍ବନିମ୍ନ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ସୋନପୁରରେ ୮୭.୪୪% ମତଦାନ ହୋଇଥିବାବେଳେ ଗଞ୍ଜାମରେ ୬୬.୭୫% ମତଦାନ ହୋଇଛି।

ତୃତୀୟ ପର୍ଯ୍ୟାୟରେ ଅନୁଗୁଳରେ ୮୪.୨୪%, ବାଲେଶ୍ବରରେ ୭୪.୭୨%, ବଲାଙ୍ଗୀରରେ ୭୧.୮୩%, ବରଗଡ଼ରେ ୮୨.୬୩%, ଭଦ୍ରକରେ ୭୭%, ବୌଦ୍ଧରେ ୮୧.୩୧%, କଟକରେ ୭୯.୨୬%, ଦେବଗଡ଼ରେ ୭୯.୮%, ଢେଙ୍କାନାଳରେ ୮୦.୩୯%, ଗଜପତିରେ ୮୨.୭୨%, ଜଗତସିଂହପୁରରେ ୭୬%, ଯାଜପୁରରେ ୭୧%, କଳାହାଣ୍ଡିରେ ୭୭.୫୯%, କନ୍ଧମାଳରେ ୮୧.୩୫%, କେନ୍ଦ୍ରାପଡ଼ାରେ ୭୨.୨୫%, କେନ୍ଦୁଝରରେ ୭୭.୮୯%, ଖୋର୍ଦ୍ଧାରେ ୭୬.୪୯%, କୋରାପୁଟରେ ୮୪.୭୮%, ମାଲକାନଗିରିରେ ୭୬.୬୩%, ମୟୂରଭଞ୍ଜରେ ୭୮.୫୩%, ନବରଙ୍ଗପୁରରେ ୮୬.୩୩%, ନୟାଗଡ଼ରେ ୭୮.୨%, ନୂଆପଡ଼ାରେ ୭୮.୨୪%, ପୁରୀରେ ୮୦.୧୨%, ରାୟଗଡ଼ାରେ ୭୯.୪୪%, ସମ୍ବଲପୁରରେ ୮୧.୦୭%, ସୁନ୍ଦରଗଡ଼ରେ ୭୫.୪୫% ମତଦାନ ହୋଇଛି।

ସମ୍ବନ୍ଧିତ ଖବର