ଡିଏସ୍‌ପିରୁ ଅତିରିକ୍ତି ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହେଲେ ୭୮ ଅଧିକାରୀ

କଟକ : ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍‌ ବଳରେ ୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ଜଗତସିଂହପୁର, ତନୁଜା ମହାନ୍ତିଙ୍କୁ ଭିଜିଲାନସ୍‌, ହେମନ୍ତ କୁମାର ପଣ୍ଡା ଡିଆଇବି ପୁରୀରୁ ଦେବଗଡ଼, ସୀମାଞ୍ଚଳ ଗନ୍ତାୟତ କ୍ରାଇମବ୍ରାଞ୍ଚରୁ ଭୁବନେଶ୍ବର ଇଓଡବ୍ଲୁ, ଦେବବ୍ରତ ଚକ୍ର କ୍ରାଇମବ୍ରାଞ୍ଚରୁ ପୁରୀ, ବେଣୁଗୋପାଳ ଆଚାର୍ଯ୍ୟ ଭିଜିଲାନ୍‌ସ, ଚନ୍ଦ୍ରଶେଖର ସାହୁଙ୍କୁ ଏଚ୍‌ଆର୍‌ପିସି କଟକ, ବାସୁଦେବ ସ୍ବାଇଁ କ୍ରାଇମବ୍ରାଞ୍ଚରୁ କନ୍ଧମାଳ, ଅନିଲ କୁମାର ବେହେରା ଦେବଗଡ଼ରୁ ଅତିରିକ୍ତ ଡିସିପି କଟକ-ଭୁବନେଶ୍ବର, ପ୍ରଶାନ୍ତ କୁମାର ପଟ୍ଟନାୟକ ଏସ୍‌ଡିପିଓ ନୂଆପଡ଼ାରୁ ଅତିରିକ୍ତ ଏସ୍‌ପି ନବରଙ୍ଗପୁର, ଅନିରୁଦ୍ଧ ରାଉତରାୟ କମିସନରେଟ୍ ପୁଲିସରୁ ଯାଜପୁର, ବିଷ୍ଣୁପ୍ରସାଦ ପତି ପିସିଆର୍‌ ସେଲ୍‌ ଖୋର୍ଦ୍ଧାରୁ ପୁରୀ, ରବୀନ୍ଦ୍ର କୁମାର ପଣ୍ଡା ଭିଜିଲାନ୍‌ସ, ଅଲବିନିସୁ କେର୍କେଟାଙ୍କୁ ରାଉରକେଲାରୁ ସମ୍ବଲପୁର, ବୀରେନ୍ଦ୍ର କୁମାର ନାୟକ ଭିଜିଲାନ୍‌ସରୁ ସୋନପୁର, ମାରିୟନସ୍ ମିଂଜ୍ ଭିଜିଲାନ୍‌ସରୁ ବୌଦ୍ଧ, ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ଭିଜିଲାନ୍‌ସ, ପ୍ରଭାସଚନ୍ଦ୍ର ପାଲ୍‌ ସ୍ପେସାଲ୍‌ ବ୍ରାଞ୍ଚରୁ ବାଲେଶ୍ବର ଆଇଜିପି ଇ.ଆର୍‌., ଶିଶିର କୁମାର ଭୋଇ ଭିଜିଲାନ୍‌ସ, ସେଲ୍‌ଷ୍ଟିନ୍ ଟିଗା ପିସିଆର୍‌ ସେଲ୍‌ ବୌଦ୍ଧରୁ କଳାହାଣ୍ଡି, ସୁଶାନ୍ତ କୁମାର ବିଶ୍ବାଳ ଭିଜିଲାନ୍‌ସ, ମନୋଜ କୁମାର ରାଉତ ସ୍ପେସାଲ୍‌ ବ୍ରାଞ୍ଚ୍‌, ଉମାଶଙ୍କର ପଣ୍ଡା ଏସ୍‌ଆଇଡବ୍ଲୁ ଭୁବନେଶ୍ବର, ପ୍ରଦୀପ କୁମାର ପ୍ରଧାନ ଭିଜିଲାନ୍‌ସ, ଚିନ୍ତାମଣି ପାତ୍ର ଗୁଇନ୍ଦା, କୃଷ୍ଣପ୍ରସାଦ ଦାଶ ଏଡିସିପି କମିସନ୍‌ରେଟ୍ ପୁଲିସ, ବିଷ୍ଣୁପ୍ରସାଦ ପାତ୍ର କମିସନ୍‌ରେଟ ପୁଲିସରୁ ରାୟଗଡ଼ା, କିଶୋରଚନ୍ଦ୍ର ମୁଣ୍ଡ୍‌ ପୁରୀ ସଦରରୁ ଖୋର୍ଦ୍ଧା, ବଟକୃଷ୍ଣ ମିଶ୍ର ବଲାଙ୍ଗୀରରୁ ନବରଙ୍ଗପୁର, ଅନୁପ କୁମାର କାନୁନ୍‌ଗୋ ସ୍ପେସାଲ୍‌ ବ୍ରାଞ୍ଚ, ଶ୍ରୀକାନ୍ତ କୁମାର ବେହେରା ଭିଜିଲାନ୍‌ସରୁ ଆଇୟୁସିଏଡବ୍ଲୁ କୋରାପୁଟ, ସୁରେନ୍ଦ୍ର ନାଥ ରାୟଗୁରୁ ଭିଜିଲାନ୍‌ସରୁ ତାଳଚେର, ଆନନ୍ଦବର୍ଦ୍ଧନ ଗୁରୁ ଏସ୍‌ଡିପିଓ ବୌଦ୍ଧରୁ କଳାହାଣ୍ଡି, ତପନନାରାୟଣ ରଥ ଡିଆଇବି ବଲାଙ୍ଗୀରରୁ ମାଲକାନଗିରି, ଦେବାଶିଷ ଧଳ ଡିଆଇବି ବୌଦ୍ଧରୁ କେନ୍ଦ୍ରାପଡ଼ା, ପ୍ରଭାଶଙ୍କର ନାୟକ ଏଚ୍‌ଆର୍‌ପିସି କଟକରୁ ରାଉରକେଲା, ଦେବଦତ୍ତ କର ପିସିଆର୍‌ ସେଲ୍‌ ଢେଙ୍କାନାଳରୁ କମିସନ୍‌ରେଟ୍‌ ପୁଲିସ, ସତ୍ୟଜିତ୍‌ ମିଶ୍ର ପିସିଆର୍‌ ସେଲ୍‌ ସୁବର୍ଣ୍ଣପୁରରୁ ଅନୁଗୁଳ, ‌ଗୋପାଳପ୍ରସାଦ ପଟ୍ଟନାୟକ ଏଚ୍‌ଆର୍‌ପିସି କଟକକୁ ବଦଳି ହୋଇଛନ୍ତି।

ସେହିପରି ରାମକୃଷ୍ଣ ପତି ଏସଡିପିଓ ପାରଳାଖେମୁଣ୍ଡିରୁ ଆଇଜିପି ବ୍ରହ୍ମପୁର, ରବିନାରାୟଣ ପାତ୍ର ସ୍ପେସାଲ୍‌ ବ୍ରାଞ୍ଚ୍‌, ସୁନିଲ କୁମାର ମହାନ୍ତି ପିସିଆର୍‌ ସେଲ୍ ଭଦ୍ରକରୁ ଗଜପତି, ଅମୂଲ୍ୟ କୁମାର ଧର କନ୍ଧମାଳରୁ ଗୁଣପୁର, ପ୍ରଶାନ୍ତ କୁମାର ଦାସ ପିସିଆର୍‌ ସେଲ୍‌ କନ୍ଧମାଳରୁ ସୁନ୍ଦରଗଡ଼, ରଂଜିତ୍‌ କୁମାର ପୃଷ୍ଟି କଟକରୁ ଗଂଜାମ, ସୁଶିଲ କୁମାର ମିଶ୍ର ଘଟଗାଁରୁ ପୁରୀ, ଅମରେନ୍ଦ୍ର ପଣ୍ଡା କମିସନ୍‌ରେଟ୍‌ ପୁଲିସରୁ ପାରାଦୀପ, ଦେବଦତ୍ତ ବରାଳ ଏସ୍‌ଡିପିଓ ପିପିଲିରୁ କଟକ, ଅଜୟ କୁମାର ମିଶ୍ର ଡିଆଇବି ଗଞ୍ଜାମରୁ ଆଇସିଏଡବ୍ଲୁ ଗଞ୍ଜାମ, ବିକାଶରଂଜନ ବେହୁରା ଗୁଣପୁରରୁ କ୍ରାଇମ୍‌ବ୍ରାଞ୍ଚ, ଅରୁଣ କୁମାର ନାୟକ ଭିଜିଲାନ୍‌ସ, ସୂର୍ଯ୍ୟମଣି ପ୍ରଧାନ ଢେଙ୍କାନାଳ, ବିଜୟ କୁମାର ମଲ୍ଲିକ କ୍ରାଇମବ୍ରାଞ୍ଚ୍‌, ସୁଶାନ୍ତ କୁମାର ପାଣିଗ୍ରାହୀ ଲୋକାୟୁକ୍ତ ଭୁବନେଶ୍ବର, ସଂଜୀବ କୁମାର ଶତପଥୀ କମିସନରେଟ୍‌ ପୁଲିସ, ସତ୍ୟନାରାୟଣ ପ୍ରଧାନ ଭୁବନେଶ୍ବର ଓଏଚ୍‌ଆର୍‌ସି, ଅନନ୍ତପ୍ରସାଦ ମଲ୍ଲିକ ଭିଜିଲାନ୍‌ସ (ଡେପୁଟେସନ୍‌), ସୁବାସଚନ୍ଦ୍ର ପଣ୍ଡା ପିସିଆର୍‌ ସେଲ୍‌ ଜଗତସିଂହପୁରରୁ ନୟାଗଡ଼, ଦେବୀଦତ୍ତ ବିଶ୍ବରଂଜନ ମିଶ୍ର କ୍ରାଇମ୍‌ବ୍ରାଞ୍ଚରୁ ଯାଜପୁର, ସୁ‌ରେଶଚନ୍ଦ୍ର ପାତ୍ର ମୟୂରଭଞ୍ଜରୁ କମିସନ୍‌ରେଟ୍‌ ପୁଲିସ, ପ୍ରଫୁଲ୍ଲଚନ୍ଦ୍ର ବଡ଼ଜେନା ପୁରୀରୁ ଭଞ୍ଜନଗର, ପୁ‌ରୁଷୋତ୍ତମ ‌ସେଠୀ ଢେଙ୍କାନାଳରୁ ଏନ୍‌ସିଆର୍‌, ତାଳଚେର, ଉମେଶ କୁମାର ପଣ୍ଡା ଜଗତସିଂହପୁରରୁ ମୟୂରଭଞ୍ଜ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପୁରୀରୁ କେନ୍ଦ୍ରାପଡ଼ା, ଆଟ୍‌କୋ କୁଜୁରୁ ସମ୍ବଲପୁରରୁ ବଡ଼ବିଲ୍‌, ରବୀନ୍ଦ୍ର କୁମାର ରାଉତ ବୌଦ୍ଧରୁ ରାଉରକେଲା, ବିଜୟ କୁମାର ନନ୍ଦ କଳାହାଣ୍ଡିରୁ ରାୟଗଡ଼ା, ବଳଭଦ୍ର ଦୀପ ମାଲକାନଗିରିରୁ କୋରାପୁଟ, ସଂଗ୍ରାମକେଶରୀ ବେହେରା ରାଉରକେଲାରୁ ଗଞ୍ଜାମ, ନାରାୟଣଚନ୍ଦ୍ର ବାରିକ ଯାଜପୁରରୁ ଝାରସୁଗୁଡ଼ା, ସୁରେଶଚନ୍ଦ୍ର ପାଣିଗ୍ରାହୀ ଅନୁଗୁଳରୁ ବାଲେଶ୍ବର, ବାମଦେବ ସିଂହ ଗଜପତିରୁ ଭଦ୍ରକ, ପ୍ରଦୀପ କୁମାର ଦଳାଇ ଗଞ୍ଜାମରୁ ବାଲେଶ୍ବର, ତପନ କୁମାର ମହାନ୍ତି ସମ୍ବଲପୁରରୁ ବରଗଡ଼, ପ୍ରଦ୍ୟୁମ୍ନ କୁମାର ମିଶ୍ର ବରଗଡ଼ରୁ ସମ୍ବଲପୁର ଓ ହରେଶଚନ୍ଦ୍ର ପାଣ୍ଡେଙ୍କର କେନ୍ଦ୍ରାପଡ଼ାରୁ ସମ୍ବଲପୁରକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର