ବାତ୍ୟା ‘ୟାସ୍’ ପାଇଁ ୭୮ ଟ୍ରେନ୍ ବାତିଲ

ରାଉରକେଲା : ଆସନ୍ତା ୨୬ରେ ହେବାକୁ ଥିବା ବାତ୍ୟା ‘ୟାସ୍’ରେ ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ମହାମାରୀ କରୋନା ସମୟରେ ଯାତାୟତ କରୁଥିବା ୭୮ ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛି। କିଛି  ଟ୍ରେନ୍ ଆସନ୍ତା ୨୪ରୁ ୨୬ ପର୍ଯ୍ୟନ୍ତ ବାତିଲ ହୋଇଛି। ଅନ୍ୟ କିଛି ଟ୍ରେନ୍ କେବଳ ୨୪, ୨୬, ୨୭, ୨୮ ଓ ୨୯ ତାରିଖରେ ଦିନଟିଏ ପାଇଁ  ବାତିଲ ରହିବ।

ଏସବୁ ଟ୍ରେନ୍ ମଧ୍ୟରେ ରାଉରକେଲା ଦେଇ ଯାତାୟତ କରୁଥିବା ରାଉରକେଲା- ଭୁବନେଶ୍ବର (୦୨୮୬୧)। ଏହି ଟ୍ରେନ୍ ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ  ଚଳାଚଳ ବନ୍ଦ ରହିବ। ଭୁବନେଶ୍ବର –ରାଉରକେଲା (୦୨୮୬୨) ମଧ୍ୟ ୨୬ ଓ ୨୭ରେ ବନ୍ଦ ରହିବ। ହାଟିଆ-ପୁରୀ ଓ ପୁରୀ-ହାଟିଆ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୁରୀ- ୱାଇ.ଏନ୍. ରିଶିକେଶ୍ (ଉତ୍କଳ ଏକ୍ସୋପ୍ରେସ୍)। ଉତ୍କଳ ଏକ୍ସପ୍ରେସ୍ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ। ଧାନବାଦ୍-ଆଲେପି, ହାଟିଆ- ଯଶବନ୍ତପୁର, ଆନନ୍ଦବିହାର- ଭୁବନେଶ୍ବର। ଆନନ୍ଦ ବିହାର-ଭୁବନେଶ୍ବର କେବଳ ୨୫ ତାରିଖରେ  ବନ୍ଦ ରହିବ।

ସମ୍ବନ୍ଧିତ ଖବର