ଗତ ୨୪ ଘଣ୍ଟା ମଧ୍ୟରେ ୭୯ କରୋନା ପଜିଟିଭ ଚିହ୍ନଟ, ୯ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ୧୦୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୫ ଜଣ, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୬ ଜଣ, ବୌଦ୍ଧ ଜିଲ୍ଲାରୁ ୧ ଜଣ, କଟକରୁ ୨ ଜଣ, ଗଜପତିରୁ ୮ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ଯାଜପୁରରୁ ୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ, ଖୋର୍ଦ୍ଧାରୁ ୩ ଜଣ, କୋରାପୁଟରୁ ୩ ଜଣ, ମୟୂରଭଞ୍ଜରୁ ୧ ଜଣ, ସମ୍ୱଲପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୯ ଜଣ ଓ ଷ୍ଟେଟ ପୁଲରୁ ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୭, ୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୭, ୧୫୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର