ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରତି ପଞ୍ଚାୟତ ପାଇଁ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ରେ ସମୁଦାୟ ୭ ହଜାର ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଙ୍ଗଳବାର ଦିନ କହିଛି।
ଦେଶରେ କୋଭିଡ୍-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏବଂ ରାଜ୍ୟରେ ବହୁସଂଖ୍ୟକ ପଜିଟିଭ୍ ମାମଲା ଚିହ୍ନଟ ହେଉଥିବାରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ କୋଭିଡ୍ କେୟାର୍ ହୋମ୍ସ୍/କୋଭିଡ୍ ଗୃହ ସ୍ଥାପନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।
କୋଭିଡ୍ କେୟାର୍ ହୋମ୍ର ଅବାଧ ପରିଚାଳନା ନିମନ୍ତେ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ ହୋଇପଡ଼ିଛି। ତେଣୁ, ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ ପାଇଁ ୭୦୦୦ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି। ଏହି କୋଭିଡ୍ କେୟାର୍ ହୋମ୍ଗୁଡ଼ିକରେ ସର୍ବନିମ୍ନସ୍ତରୀୟ ସ୍ବାସ୍ଥ୍ୟଗତ କାର୍ଯ୍ୟକଳାପର ପରିଚାଳନା କରିବେ ତାଲିମପ୍ରାପ୍ତ ବେକାରୀ ଏବଂ ପଞ୍ଜିକୃତ ଏଏନ୍ଏମ୍।
ତେଣୁ, ପ୍ରତି ପଞ୍ଚାୟତ ପାଇଁ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ ପାଇଁ ଅନ୍ୟୂନ ଜଣେ ଅଣ-ନିୟୋଜିତ ଏଏନ୍ଏମ୍ ନିଯୁକ୍ତ କରିବାକୁ ସ୍ଥିର କରାଯାଇଛି। ଯଦି ନିଯୁକ୍ତି ପାଇ ନଥିବା ଏଏନ୍ଏମ୍ ନ ମିଳନ୍ତି ତେବେ, ପଞ୍ଜିକୃତ ଷ୍ଟାଫ୍ ନର୍ସ କିଂବା ଫାର୍ମାସିଷ୍ଟ୍ଙ୍କୁ ନିଯୁକ୍ତି ମିଳିବ।