ଆସିକା: ବାରମ୍ବାର ମୋବାଇଲ୍ ଦେଖୁଥିବାରୁ ବାପାମାଆ ଆକଟ କଲେ। ଆଉ ଏହାକୁ ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲା ନାବାଳକ ପୁଅ। ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରଜଣକ ବେଶି ସମୟ ମୋବାଇଲ୍ରେ ଗେମ୍ ଖେଳୁଥିବାରୁ ଆଜି ତାକୁ ମାଆ ତାଗିଦ୍ କରିଥିଲେ। ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଘରର ଉପରମହଲାକୁ ଯାଇ ପଙ୍ଖା ହୁକ୍ରେ ଲୁଗା ବାନ୍ଧି ଝୁଲି ପଡ଼ିଥିଲା। ପରିବାରବର୍ଗ ତାକୁ ଆସିକା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ କେସ୍ ନମ୍ବର ୨୧/୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ମୃତକଙ୍କ ବାପାମାଆ ଭାଙ୍ଗି ପଡ଼ିଛନ୍ତି।
ବାପା-ମା ମୋବାଇଲ୍ ଧରିବାକୁ ଆକଟ କରିବାରୁ ଆତ୍ମହତ୍ୟା କଲା ୭ମ ଶ୍ରେଣୀ ଛାତ୍ର
/sambad/media/post_attachments/wp-content/uploads/2021/06/mobile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)