ଭୁବନ‌େଶ୍ବର: ଆଜି ବିଜେଡିର ସପ୍ତମ ତାଲିକା ଘୋଷିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୬ଟି ଆସନରୁ ୫ଟିରେ ପ୍ରାର୍ଥୀ ବଦଳାଯାଇଥିବାବେଳେ କାକଟପୁରରେ କିନ୍ତୁ ଅପରିବର୍ତ୍ତିତ ରଖିଛି ଦଳ।

Advertisment

ଏଥର ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।