ବାଲେଶ୍ବରରୁ ଗଡ଼ିଲା ସପ୍ତମ ତୀର୍ଥଯାତ୍ରା ଟ୍ରେନ

ବାଲେଶ୍ବର : ଆଜି ସକାଳେ ବାଲେଶ୍ବର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସପ୍ତମ ତୀର୍ଥଯାତ୍ରା ଟ୍ରେନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସି˚ ମାଧୢମରେ ଏହାର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବର ଠାରୁ ଆଗ୍ରା-ଫତେପୁର ସିକ୍ରି-ମଥୁରା ଅଭିମୁଖେ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିବା ବେଳେ ଏଥିରେ ବାଲେଶ୍ବର ଜିଲ୍ଲାରୁ ୩୦୫ ଜଣ, ଭଦ୍ରକ ଜିଲ୍ଲାରୁ ୧୭୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୭୦ ଜଣ ଓ ଯାଜପୁର ଜିଲ୍ଲାର ୨୧୦ ଜଣ ଏହିପରି ଭାବେ ୪ଟି ଜିଲ୍ଲାର ମୋଟ ୯୬୪ ଜଣ ବରିଷ୍ଠ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି। ଏହି ତୀର୍ଥଯାତ୍ରୀମାନଙ୍କ ତତ୍ବାବଧାନ ନିମନ୍ତେ ୨୬ ଜଣ ଅଧିକାରୀ ମଧୢ ସେମାନଙ୍କ ସହ ଯାତ୍ରା କରିଛନ୍ତି।

ଏହି ଅବସରରେ ବାଲେଶ୍ବର ରେଳ ଷ୍ଟେସନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଗଙ୍ଗାଧର ପଣ୍ତା, କୈଳାସ ପଢିଆରୀ, ଅମ୍ବିକା ମହାନ୍ତି ଓ କୈଳାସ ଦାସ ପ୍ରମୁଖ ଭିଡିଓ କନ୍‌ଫରେନ୍‌ସି˚ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥାବାର୍ତା କରିବା ସହିତ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଓ ଯୋଜନାର ଉଚ୍ଚ ପ୍ରଶ˚ସା କରିଥିଲେ। ଏହି ୬ଦିନିଆ ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଉତ୍ତର ଭାରତର ଆଗ୍ରା, ଫତେପୁର ସିକ୍ରି ଏବ˚ ମଥୁରା ଆଦି ତୀର୍ଥସ୍ଥଳୀ ଭ୍ରମଣ କରିବାର ସୁଯୋଗ ଲାଭ କରିବେ।

‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା’ କାର୍ଯ୍ୟକ୍ରମରେ ବର୍ତ୍ତମାନ ବଷର୍କୁ ୩ଟି ଟ୍ରେନ୍‌ରେ ପ୍ରାୟ ୩ ହଜାର ଯାତ୍ରୀ ତୀର୍ଥଯାତ୍ରାରେ ଯାଉଛନ୍ତି। ଚଳିତ ବର୍ଷ ଠାରୁ ଏହାକୁ ଦୁଇ ଗୁଣ କରାଯାଇ ୬ଟି ଟ୍ରେନ୍‌ରେ ୬ ହଜାର ଯାତ୍ରୀ ତୀର୍ଥଯାତ୍ରା କରିବେ। ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି। ଏହା ସହ ଚଳିତ ବର୍ଷ ବାଲେଶ୍ବର ସହିତ ଟିଟିଲାଗଡ଼ ଓ ରାୟଗଡ଼ାରୁ ମଧ୍ୟ ତୀର୍ଥଯାତ୍ରୀମାନେ ଟ୍ରେନ୍‌ ଯୋଗେ ଯାତ୍ରା କରିବେ। ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ ସମୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଲେଶ୍ବରରେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ସା˚ସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ସୋର ବିଧାୟକ ପର୍ଶୁରାମ ଧଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଜିଲ୍ଲା ପରିଷଦ ଅଧୢକ୍ଷା ନିବେଦିତା ମହାନ୍ତି, ରାଜ୍ୟ ଯୋଜନା କମିଟି ସଦସ୍ୟ ଗିରୀଶ ଚନ୍ଦ୍ର ଦାଶ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଏଡିଏମ ମାନସ ର˚ଜନ ପାଢ଼ୀ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ଶଶିଭୂଷଣ ରଥ, ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଂପାଦକ ଲକ୍ଷ୍ମୀଧର ବେହେରା ଓ ସଭାପତି ବୈଦନାଥ ଷଡ଼ଙ୍ଗୀ ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ୫ ତାରିଖ ସନ୍ଧ୍ୟାରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ସ୍ଥାନୀୟ ନୋସି ବିଜ୍‌ନେସ ପାର୍କ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟଠାରେ ରାତ୍ରିକାଳୀନ ରହଣିର ସୁବ୍ୟବସ୍ଥା କରାଯାଇଥିଲା। ସକାଳେ ପ୍ରାୟ ୨୫ଟି ବସ୍‌ ଯୋଗେ ସମସ୍ତଙ୍କୁ ରେଳ ଷ୍ଟେସନ ଅଣା ଯାଇଥିଲା। ସେଠାରେ କଳାକାରମାନଙ୍କ ଦ୍ବାରା ନୃତ୍ୟ ଓ ବାଦ୍ୟ ମଧୢରେ ତୀର୍ଥଯାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ସମସ୍ତଙ୍କୁ ଉତ୍ତମ ଜଳଯୋଗ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର