ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟ ୱାରି ପକ୍କା ଘର ଆବଣ୍ଟନ କରାଯାଇଛି। ସାରା ଦେଶରେ ମୋଟ୍ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପକ୍କା ଘର ମିଳିବ। ଏହି ଯୋଜନାରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀଙ୍କୁ ପକ୍କା ଘର ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଦେଶର କୋଣ ଅନୁକୋଣରେ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ତାଙ୍କର ସମ୍ମାନକୁ ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାକୁ ୮.୧୭ ଲକ୍ଷ ପକ୍କା ଘର
ପ୍ରଧାନମନ୍ତ୍ରୀ, ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2017/12/pradhan-mantri-awas-yojana-2016.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)