ଝାରସୁଗୁଡ଼ା: ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପୁଲିସ୍ ଓ ପରିବହନ ବିଭାଗ ପକ୍ଷରୁ ଚେକିଂ ଜାରି ରହିଛି। ଆଜି ଲଇକେରା ଓ ବେଲପାହାଡ଼ ଥାନାଞ୍ଚଳରେ ହୋଇଥିବା ଚେକିଂରେ ମୋଟ ୧୬୩ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ ୮ ଲକ୍ଷ ୨୩ ହଜାର ୫ଶହ ଟଙ୍କାର ଚଲାଣ କଟିଛି।
ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ୧୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ୪ ନାବାଳକ ଗାଡ଼ି ଚାଳକଙ୍କ ବିରୋଧରେ ୧ ଲକ୍ଷର ଜରିମାନା କଟିଥିବା ଜଣାପଡ଼ିଛି। ଏହାବାଦ୍ ସିଟ୍ ବେଲ୍ଟ ନପିନ୍ଧିବା, ବିନା ହେଲ୍ମେଟରେ ଗାଡ଼ି ଚାଳନା, ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚାଳନା ଆଦି ଅପରାଧରେ ଚଲାନ୍ କଟିଥିବା ପରିବହନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।