ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଯଥା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ସମସ୍ତ ବିଦ୍ୟାର୍ଥୀଙ୍କୁ ବୀମାଭୁକ୍ତ କରିବା ପାଇଁ ‘ଷ୍ଟୁଡେଣ୍ଟ୍ ସେଫ୍ଟି ଇନ୍ସୁରାନ୍ସ ସ୍କିମ୍’ ପ୍ରଚଳନ କରାଯାଇଛି। ସେହି ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଠାରୁ ୨ ଟଙ୍କା ଲେଖାଏ ବୀମା ରାଶି ଆଦାୟ କରାଯାଇ ପଇଠ କରାଯାଉଛି। ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ଠାରୁ ୩ ଟଙ୍କା ଲେଖାଏ ବୀମା ରାଶି ଆଦାୟ କରାଯାଇ ପଇଠ କରାଯାଉଛି। ରାଜ୍ୟରେ ଏହି ସ୍କୁଲ୍ଗୁଡ଼ିକରେ ମୋଟ୍ ୨୧,୨୮,୨୪୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲା ବେଳେ ତାହା ମଧ୍ୟରୁ ୮,୬୪,୪୯୯ ଜଣ ବୀମାଭୁକ୍ତ ହୋଇଛନ୍ତି। ବିଧାନସଭାରେ ବିଧାୟକ ସୁଧୀର ସାମଲଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ତଥ୍ୟ ଦେଇଛନ୍ତି।
୮ ଲକ୍ଷ ୬୪ ହଜାର ଛାତ୍ରଛାତ୍ରୀ ବୀମାଭୁକ୍ତ ହୋଇଛନ୍ତି
/sambad/media/post_attachments/wp-content/uploads/2020/11/school-students.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)