ଏସବିଆଇ ୟୋନୋ ଆଳରେ ଠକେଇ ଘଟଣା: ସାଇବର ଅପରାଧୀ ଠାବ, ୮.୮୪ ଲକ୍ଷ ଟଙ୍କା ଉଦ୍ଧାର

ରାଉରକେଲା: ଏସବିଆଇ ୟୋନୋ ଅପଡେଟ ଆଳରେ କଲେଜ ଅଧ୍ୟକ୍ଷଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮ ଲକ୍ଷ ୮୪ ହଜାର ୯୯୯ଟଙ୍କା ଠକେଇ ଘଟଣାର ପର୍ଦାଫାଶ କରିଛି ସାଇବର ପୁଲିସ। ସାଇବର ଅପରାଧୀକୁ ପୁଲିସ ଠାବ କରିବା ସହ ତା ନିକଟରୁ ୮ ଲକ୍ଷ ୮୪ ହଜାର ଉଦ୍ଧାର କରିଛି। ଉ‌ଲ୍ଲେଖଯୋଗ୍ୟ ରାଉରକେଲା ସହରର କଲେଜର ଅଧକ୍ଷ୍ୟଙ୍କୁ ଗତ ଜୁନ ୧ ତାରିଖରେ ତାଙ୍କ ମୋବାଇଲକୁ ୟୋନୋ ଅପ୍‌ଡେଟ୍‌ କରିବାକୁ ଏକ ଲିଙ୍କ୍‌ ଆସିଥିଲା। ଡିଜାବୁଲ୍‌ ହୋଇଥିବାରୁ ଏନାବୁଲ୍‌ କରିବାକୁ ମେସେଜରେ ଲେଖାଥିଲା। କର୍ମଚାରୀ ଜଣକ ଦରମା ଆସିଥିବା ଭାବି ୟୋନୋ ଲିଙ୍କ୍‌ ମେସେଜକୁ ଅପ୍‌ଡେଟ୍‌ କରିବାକୁ ଡାଉନ୍‌ଲୋଡ୍ କରିଥିଲେ।

ଲିଙ୍କକୁ ମୋବାଇଲରେ ଡାଉନ୍‌ଲୋଡ କରିବା ମାତ୍ରେ ଲଗ୍‌ଇନ୍‌ ଓ ପାସ୍‌ୱାର୍ଡ ଦେବାକୁ ମେସେଜ୍‌ ଆସିଥିଲା। ଏହାର ପରେ ଇ-ମେଲ୍‌ ଆଇଡି ଦେବାକୁ କହିବାରୁ କର୍ମଚାରୀ ଜଣକ ଇ-ମେଲ୍‌ ଆଇଡି ମଧ୍ୟ ଦେଇଥିଲେ। ଶେଷରେ ଅପ୍‌ଡେଟ୍‌ କରିବାକୁ ତାଙ୍କ ମୋବାଇଲକୁ ଏକ ଓଟିପି (ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ଆସିଥିଲା। କର୍ମଚାରୀ ଜଣକ ପାସ୍‌ୱାର୍ଡ ଦେବାର କିଛି ସମୟ ପରେ ତିନିଟି ପର୍ଯ୍ୟାୟରେ ତାଙ୍କୁ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ହଠାତ୍‌ ଏତେ ଟଙ୍କା ଆକାଉଣ୍ଟରୁ ଆକାଉଣ୍ଟରୁ ଗାଏବ ହେବାରୁ କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଅଧିକାରୀ ଜଣକ ଠକାମିର ଶିକାର ହୋଇଥିବା କହିବା ପରେ ସରକାରୀ କର୍ମଚାରୀ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର