ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏପ୍ରିଲ ୩ ଯାଏ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରିରୁ ଅଧିକ ରହିବ। ସ୍ଥାନେ ସ୍ଥାନେ ୪୩ ଡିଗ୍ରି ଛୁଇଁପାରେ। ମାତ୍ର ଉପକୂଳରେ ଦିନର ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୧.୬, ସମ୍ବଲପୁରରେ ୪୧.୨, ହୀରାକୁଦ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୧, ଭବାନୀପାଟଣାରେ ୪୦.୮, ସୁନ୍ଦରଗଡ଼ରେ ୪୦.୩ ଡିଗ୍ରି ରହିଥିଲା।