ନିମ୍ନ ଅଦାଲତରେ ଏସି ପାଇଁ ୮କୋଟି ମଞ୍ଜୁର

କଟକ : ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ପରାମର୍ଶକ୍ରମେ ରାଜ୍ୟ ସରକାର ନିମ୍ନ ଅଦାଲତର କୋଠରୀ ଗୁଡିକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ଜିଲାର ପୂର୍ତ୍ତ ବିଭାଗ ଡିଭିଜନକୁ ଏଥି ପାଇଁ ଅର୍ଥ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିିତ୍ତିରେ ବିଭିନ୍ନ ଅଦାଲତରେ ଏସି ଲଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲା ଓ ଦୌରା ଜଜଙ୍କ ଅଧିନରେ ପ୍ରାୟ ୪୦ଟି କୋର୍ଟ ଚାଲିଥିବାବେଳେ ୫ଟି ଅଦାଲତ କୋଠରିରେ ଏସି ବ୍ୟବସ୍ଥା ପାଇଁ ୧କୋଟି ୪୫ଲକ୍ଷ ୯୪ହଜାର ୨୮ଟଙ୍କା ମୁଞ୍ଜୁର ହୋଇଛି। ବଲାଙ୍ଗୀର ଜିଲ୍ଲା ପାଇଁ ୮୪ଲକ୍ଷ ୫୩ହଜାର ୩୬୫ ଟଙ୍କା, ଢେଙ୍କାନାଳ ଜିଲ୍ଲା ପାଇଁ ୪୧ଲକ୍ଷ ୭୧ହଜାର ୯୪ ଟଙ୍କା, ଅବିିଭକ୍ତ ଗଞ୍ଜାମ ଜିଲ୍ଲା ପାଇଁ ୧ କୋଟି ୩୪ଲକ୍ଷ ୮୨ହଜାର ୬୦୨ ଟଙ୍କା, ପୁରୀ ଜିଲ୍ଲା ପାଇଁ ୧୭ଲକ୍ଷ ୭ହଜାର ୧୦୮ଟଙ୍କା, ସମ୍ବଲପୁର ଜିଲ୍ଲା ପାଇଁ ୬୬ଲକ୍ଷ ୬୦ହଜାର ୭୯୭ ଟଙ୍କା, ସୁନ୍ଦରଗଡ଼ ଜିଲା ପାଇଁ ୩୮ଲକ୍ଷ ୩୮ହଜାର ୭୪୫ ଟଙ୍କା, ବରଗଡ଼ ଜିଲା ପାଇଁ ୫୫ଲକ୍ଷ ୭ହଜାର ୯୭୪ ଟଙ୍କା, ଦେବଗଡ଼ ଜିଲ୍ଲା ପାଇଁ ୧୫ଲକ୍ଷ ୯୬ହଜାର ୯୪୨ ଟଙ୍କା, ଜଗତସିଂହପୁର ଜିଲ୍ଲା ପାଇଁ ୭୧ଲକ୍ଷ ୧୫ହଜାର ୪୮୦ ଟଙ୍କା, ଯାଜପୁର ଜିଲ୍ଲା ପାଇଁ ୩୨ଲକ୍ଷ ୪୨ହଜାର ୮୨୯ ଟଙ୍କା, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୨୨ଲକ୍ଷ ୨୪ହଜାର ୯୫୪ ଟଙ୍କା, କଳାହାଣ୍ଡି ଜିଲ୍ଲା ପାଇଁ ୪୧ଲକ୍ଷ ୭୪ହଜାର ୧୭୬ ଟଙ୍କା, ମୟୂରଭଞ୍ଜ ଜିଲ୍ଲା ପାଇଁ ୪୨ଲକ୍ଷ ୯୧ହଜାର ୨ଟଙ୍କା, ରାୟଗଡ଼ା ଜିଲ୍ଲା ପାଇଁ ୪୧ଲକ୍ଷ ୯୩ହଜାର ୧୬୬ ଟଙ୍କା ଓ ଫୁଲବାଣୀ ଜିଲା ପାଇଁ ୩୬ଲକ୍ଷ ୯୧ହଜାର ୯୧୮ଟଙ୍କା ମଞ୍ଜୁର ହୋଇଛି।

ସମ୍ବନ୍ଧିତ ଖବର