ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭୟାବହ କରୋନାରେ ୮ ଦିନର ଶିଶୁ ଆକ୍ରାନ୍ତ ହୋଇଛି । ଆଉ ବଡ କଥା ହେଉଛି ଯେ, ଏହି ୮ ଦିନର ଶିଶୁ ହେଉଛନ୍ତି ଯାଆଁଳା । ଆଉ ଦୁଇ ଜଣ ଯାକ ଯମଜ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି ।
ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଯମଜ ଶିଶୁଙ୍କ ପରିବାର ଝାରସୁଗୁଡାରେ ବସବାସ କରନ୍ତି । ସେଠାରେ ପ୍ରଥମେ ମାଆଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ଗତ ୭ ତାରିଖରେ ମାଆଙ୍କୁ ସମ୍ବଲପୁର ଅଣାଯାଇଥିଲା ଏବଂ ସେଠାରେ କରୋନା ଟେଷ୍ଟ ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା ।
ମାଆ ପଜିଟିଭି ଥିବାରୁ ଏବଂ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ୭ ମାସରେ ହିଁ ପ୍ରସବ କରାଯାଇଥିଲା ଏବଂ ଯାଆଁଳା ଶିଶୁ ଜନ୍ମ ନେଇଥିଲେ । ଏହାର ଦୁଇ ଦିନ ପରେ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । କରୋନା ପରୀକ୍ଷା ପରେ ଉଭୟ ଶିଶୁ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଗତକାଲି ଉଭୟ ଶିଶୁଙ୍କୁ କିମ୍ସ କୋଭିଡ୍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/23-12-750x430.jpg)