ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୪୫୬ ଛୁଇଁଲା

ଭୁବନେଶ୍ୱର : ଦୈନିକ ସଂକ୍ରମଣରେ ଓଡ଼ିଶା ଦିନକୁ ଦିନ ରେକର୍ଡ କରିଚାଲିଥିବାବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୫୬ରେ ପହଞ୍ଚିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ପୁରୁଷ ଓ ୨ ଜଣ ମହିଳା ଅନ୍ତର୍ଭୁକ୍ତ । ସେହିପରି ଜଣକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ମୃତକ ପୂର୍ବରୁ ଡାଇବେଟିସ, ଉଚ୍ଚରକ୍ତଚାପ ପରି ରୋଗରେ ପୀଡ଼ିତ ଥିଲେ ।

 

ମୃତ୍ୟୁବରଣ କରିଥିବା ମହିଳାଙ୍କ ମଧ୍ୟରୁ ବରଗଡ଼ର ଜଣେ ୬୧ ବର୍ଷୀୟ ମହିଳା ଓ ଗଞ୍ଜାମର ଜଣେ ୫୫ ବର୍ଷୀୟ ମହିଳା ଅନ୍ତର୍ଭୁକ୍ତ । ସେହିପରି ଭଦ୍ରକର ଜଣେ ୬୨ ବର୍ଷୀୟ ପୁରୁଷ,ଭୁବନେଶ୍ୱରର ଜଣେ ୬୫ ବର୍ଷୀୟ ଓ ଜଣେ ୫୬ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେହିପରି ବଲାଙ୍ଗୀରର ଜଣ୍‌ ୪୦ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୪୫ ବର୍ଷୀୟ ଓ ରାୟଗଡ଼ାର ୬୦ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର