ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୮ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ୬୦ରେ ପହଞ୍ଚିଛି।
ଜିଲ୍ଲା ମ୍ୟାଲେରିଆର ଅଧିକାରୀ ଡା. ଆର୍. ଜଗଦୀଶ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ୮ଜଣ ରୋଗୀଙ୍କ ମଧ୍ୟରୁ ୭ ଜଣଙ୍କ ଘର ତିରୁପତି, ହାଇଦ୍ରାବାଦ, ପୁନେ, ସୁରାଟ, ବାଙ୍ଗାଲୁରୁ। ଅନ୍ୟଜଣେ ଖୋଡ଼ାସିଙ୍ଗି ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪ଜଣ ବଡ଼ମେଡିକାଲ ଡେଙ୍ଗୁ ୱାର୍ଡ଼ରେ ଚିକିତ୍ସାଧୀନ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/dengue.jpg)