ବର୍ଷା-ବନ୍ୟାରେ ଗଲାଣି ୮ ଜୀବନ: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ବର୍ଷା ଓ ବନ୍ୟାରେ ରାଜ୍ୟରେ ୨ ସପ୍ତାହ ମଧ୍ୟରେ ଯାଇଛି ୮ ଜଣଙ୍କ ଜୀବନ | ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏ ନେଇ ସୂଚନା ଦେଇଛନ୍ତି | ସାମ୍ବାଦିକ ସମ୍ମିଳନୀରେ କମିଶନର କହିଛନ୍ତି ଯେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି | ତେବେ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି | ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି | ସେହିପରି କଳାହାଣ୍ଡି ଓ ବଲାଙ୍ଗିରର ୪ଟି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି |

ଏହି ସ୍ଥାନମାନଙ୍କରେ ୩୦୦ରୁ ୪୦୦ ମିମି ବର୍ଷା ହୋଇଛି | କରଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ ହୋଇଛି | ୪୦ଟି ବ୍ଲକରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି |

କନ୍ଧମାଳ ଓ ସୋନପୁରରେ ୧୨୫ ମିମି ବର୍ଷା ରେକର୍ଡ ହୋଇଛି | ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି , ସୋନପୁର ଓ କନ୍ଧମାଳ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି | ବନ୍ୟା ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଟିମ୍ ମୁତୟନ ଥିବାବେଳେ ବଲାଙ୍ଗିରକୁ ଏନଡିଆରଏଫ ଟିମ୍ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କମିଶନର କହିଛନ୍ତି |

ସମ୍ବନ୍ଧିତ ଖବର