ଓଡ଼ିଶା ପୁଲିସ୍‌ର ୮ ଡିଏସ୍‌ପି ଓ ଅତିରିକ୍ତ ଏସ୍‌ପି ପାହ୍ୟାରେ ବଦଳି

କଟକ : ଓଡ଼ିଶା ପୁଲିସ୍‌ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୮ଜଣ ଡିଏସ୍‌ପି ଓ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ବଦଳି କରାଯାଇଛି। କେନ୍ଦ୍ରାପଡ଼ାର ଅତିରିକ୍ତ ଏସ୍‌ପି ବିକାଶ ଚନ୍ଦ୍ର ଦାଶଙ୍କୁ ଭଦ୍ରକ ଆଇୟୁସିଏଡବ୍ଲୁକୁ, ଭଞ୍ଜନଗରର ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ରଙ୍କୁ ସୁନ୍ଦରଗଡ଼କୁ, ବଲାଙ୍ଗୀର ସଦରର ପୂର୍ବତନ ଏସ୍‌ଡିପିଓ ନାରାୟଣ ନାୟକଙ୍କୁ କରଞ୍ଜିଆକୁ, କମିସନରେଟ୍‌ ପୁଲିସ୍‌ର ଏସିପି ତ୍ରିଲୋଚନ ସ୍ୱାଇଁଙ୍କୁ ଭିଜିଲାନ୍ସ ଡିଏସ୍‌ପି, ସମ୍ବଲପୁର ହୋମଗାର୍ଡ ଡିଏସ୍‌ପି ସବିତାରାଣୀ ପଣ୍ଡାଙ୍କୁ ସୁନ୍ଦରଗଡ଼ ପିସିଆର୍‌ ସେଲ୍‌କୁ, ଗୁଇନ୍ଦା ଡିଏସ୍‌ପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀଙ୍କୁ କୋରାପୁଟ ଆଇୟୁସିଏଡବ୍ଲୁକୁ, ଗୁଇନ୍ଦା ଡିଏସ୍‌ପି ବେଣୁଧର ଭୋଇଙ୍କୁ ନବରଙ୍ଗପୁର ଡିଆଇବିକୁ, କରଞ୍ଜିଆ ଏସ୍‌ଡିପିଓ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କଟକ ଆଇୟୁସିଏଡବ୍ଲକୁକୁ ବଦଳି କରାଯାଇଛି। ରାଜ୍ୟ ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକରେ ଏହି ବଦଳିକୁ ସ୍ୱୀକୃତି ଦିଆଯାଇଥିବା ପୁଲିସ୍‌ ମୁଖ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଜଣାଯାଇଛି।

ସମ୍ବନ୍ଧିତ ଖବର