ତରଭା: ଜମିବାଡ଼ିକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗ୍ରାମରେ ଆଜି ଗୋଷ୍ଠୀ ସଙ୍ଘର୍ଷ ଦେଖାଯାଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀ ମୋଟ ୮ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ତମ ମିଶ୍ର (୭୦), କୁନି ମେହେର(୩୦), ଗଙ୍ଗାଧର ମେହେର (୩୧) ମୁକୁନ୍ଦ ମେହେର (୩୫), ଅଭିମନ୍ୟୁ ମେହେର (୬୨), ମଧୁସୂଦନ ବେଦବାଗ(୭୦)। ସମସ୍ତ ଆହତମାନଙ୍କୁ ପ୍ରଥମେ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଏହା ପରେ ସମସ୍ତଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ୪ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାନ୍ନ ଥିବା ଜଣାପଡିଛି। ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି।
ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ ଆହତଙ୍କ ମଧ୍ୟରୁ ୪ ଗୁରୁତର
/sambad/media/post_attachments/wp-content/uploads/2022/07/snp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)