ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ହାତରେ ଧରାପଡ଼ିଛନ୍ତି ଏକ ନକଲି ପୁଲିସ ଗ୍ୟାଙ୍ଗ୍। ଏହି ଗ୍ୟାଙ୍ଗ୍ର ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଜବତ କରିଛି।
ସୂଚନା ଅନୁସାରେ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗା ଉପରସାହି ପଞ୍ଚାୟତର ବାଲିଗଟା ଅଞ୍ଚଳରେ ଗତ ମଙ୍ଗଳବାର ରାତିରେ ନିଜକୁ ପୁଲିସ ବୋଲି ପରିଚୟ ଦେଇ ଗଞ୍ଜେଇ ଧରିବାକୁ ଆସି ଏହି ଗ୍ୟାଙ୍ଗ୍ ଗ୍ରାମର ବିଭିନ୍ନ ଘରେ ପଶି ଟଙ୍କା, ପଇସା, ସୁନାଗହଣା ଲୁଟ୍ କରୁଥିଲେ। ସେମାନଙ୍କୁ ଗ୍ରାମବାସୀ କାବୁ କରିବା ସହ ପୁଲିସରେ ଜିମା ଦେଇଥିଲେ। ଫିରିଙ୍ଗିଆ ପୁଲିସ ଏହି ନକଲି ପୁଲିସ ଦଳର ୮ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ଆଠଗଡ଼ ଥାନା ଅଞ୍ଚଳର ଅଶୋକ କୁମାର ରାଉତ (୨୯), ଫିରିଙ୍ଗିଆ ଥାନା ଅନ୍ତର୍ଗତ ବାଲିଗଟା ଗ୍ରାମର ଯୋଶେଫ ଡିଗଳ (୩୦), ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦରର ଶଙ୍କର ଡିଗଳ (୨୪), ଫିରିଙ୍ଗିଆ ଥାନାର ବାଲିଗଟା ଗ୍ରାମର ଅଙ୍ଗଦ ଡିଗଳ (୩୦), ଫିରିଙ୍ଗିଆ ଥାନା ଅନ୍ତର୍ଗତ ସରୁକୋଇ ଗ୍ରାମର ରାଜନ ସାହାଣୀ (୨୬), କଡୁରାହା ଗ୍ରାମର କୀର୍ତ୍ତନ ଡିଗଳ (୨୬), କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମର ସିପୁଲ କୁମାର କବି (୩୩), ଆଠଗଡ଼ ଥାନା ଅନ୍ତର୍ଗତ ସାମସରପୁର ଗ୍ରାମର ମାନଭଞ୍ଜନ ପ୍ରଧାନ (୨୩)।
ସମସ୍ତ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଛି ବୋଲି ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/kandhamal-ttt.jpg)