ଜୟପୁର: ତୃତୀୟ ଦିନରେ ପହଚିଂଛି ଦଶହରା ପଡ଼ିଆରେ ଆୟୋଜିତ  ଆଂଚଳିକ କୃଷି ଯନ୍ତ୍ରପାତି ମେଳା। ଗୁରୁବାର ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରାପୁଟବିଧାୟକ ରଘୁରାମ ପଡ଼ାଲ, କୋଟପାଡ ବିଧାୟିକା ପଦ୍ମିନୀ ଦିଆନ୍, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ୍ ପାଢ଼ି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ , ନବରଙ୍ଗପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି.ଭେଙ୍କଟ ରେଡ୍ଡୀ ଯୋଗ ଦେଇ ଚାଷୀଙ୍କ ସହ ମହିଳା ସ୍ବୟଂସହାୟକ ଦଳ, କୃଷି ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସାମିଲ କରି ସଶକ୍ତ ଓଡିଶା‌ ଗଠନ କରୁଛନ୍ତି ବୋଲି କହିଥିଲେ।

Advertisment

ଏହି ଅବସରରେ କୋରାପୁଟ ବ୍ଲକର ଚାଷୀ ହୀରା ପାତ୍ର, ସୁବର୍ଣ୍ଣ ମସ୍ତି, ଶ୍ରୀଧର ନାୟକ, ସେମିଳିଗୁଡା ବ୍ଲକର ଚାଷୀ ଲମ୍ବୋଧର ଗୁଣ୍ଠା, ନିଳକଣ୍ଟ ମୁଦୁଲି, ଅପାନ୍ନା ଡେଙ୍ଗାନାୟକ,ଲମତାପୁଟ ବ୍ଲକର ରାମଚନ୍ଦ୍ର ସିସା, ପଟ୍ଟାଙ୍ଗୀ ବ୍ଲକର ବାଙ୍ଗାରୁ ପାଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ମେଳାକୁ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ  ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ତାପସ ଚନ୍ଦ୍ର ରାୟ, ପୁର୍ଣ୍ଣ ଚନ୍ଦ୍ର ବୁରୁଡ଼ି, ସ୍ମିତା ପାଢ଼ୀ, ମାନସ ପଣ୍ଡି, ନରସିଂହ ନାୟକ, ସୁଦିପ୍ତା ସୌରଭ ସାହୁ, ଦିବ୍ୟ ରଂଜନ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଗତକାଲି ଦ୍ବିତୀୟ ଦିନରେ ଅତିଥି ଭାବେ କେସିସି ବ୍ୟାଙ୍କର ଅଧ୍ୟକ୍ଷ ଇଂ.ଇଶ୍ବର ପାଣିଗ୍ରାହୀ ଯୋଗଦେଇ ରାଜ୍ୟସରକାର କରିଥିବା ବିଭିନ୍ନ ଯୋଜନା ସହ କେସିସି ବ୍ୟାଙ୍କରୁ କିଭଳି ଚାଷୀ, ମହିଳା ଏସଏଚଜି ଆଦି ସହ‌ଯୋଗ ନେଇ ସଶକ୍ତ ହୋଇ ପାରିବେ ତାହାକୁ ନେଇ ପରାମର୍ଶ ଦେଇଥିଲେ। ଆଜି ଜୟପୁର‌ର ପ୍ରେରଣା ଡ୍ୟାନ୍ସ ଗୃପ ସହ ରାଜ୍ୟର ବିଭିନ୍ନ ସ୍ଥାନର ଓଡିଶୀ ନୃତ୍ୟାଙ୍ଗାନା ମାନେ ଓଡିଶୀ ପରିବେଷଣ କରିଥିଲେ। ସେଭଳି ବାରାଗୁଡାର ଦୈଇମତି ପରଜା ଓଦଳ ରିଂଜୋଡି ଲୋକନୃତ୍ୟ ମଂଚସ୍ଥ କରିଥିଲେ।