ହୀରାକୁଦ ଜଳଭଣ୍ଡାରର ୮ ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ୮ ଗେଟ୍‌ ଖୋଲି ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫ ହଜାର ୯୪୮ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ୧ଲକ୍ଷ ୩୫ ହଜାର ୯୪୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ପାଓ୍ବାର ଚେନାଲକୁ ୧୪ ହଜାର ୪୧୫ କ୍ୟୁସେକ, ସ୍ପିଲଓ୍ବେ ୧ ଲକ୍ଷ ୧୭ ହଜାର ୯୨୦ କ୍ୟୁସେକ, କେନାଲକୁ ୩୪୪୩ କ୍ୟୁସେକ, କାରଖାନାକୁ ୧୭୦ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର